ରାଜ୍ୟସ୍ତରୀୟ ସ୍ନୋକର୍ ପ୍ରତିଯୋଗିତା ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ଭାରତୀୟ ଷ୍ଟେଟ ବ୍ୟାଙ୍କ କଟକ ଶାଖା ପ୍ରାୟୋଜିତ ଗୋଲ୍ଡେନ କିଙ୍ଗ ସ୍ନୋକର ସେଣ୍ଟର୍ ଆୟୋଜନରେ ଆଜି ଠାରୁ ମାତା ମଠ ସ୍ଥିତ ସେଣ୍ଟର୍ ଠାରେ ଷଷ୍ଠ ତମ ନିଖିଲ ଓଡ଼ିଶା ଗୋଲ୍ଡେନ କିଙ୍ଗ ରାଜ୍ୟ ସ୍ତରୀୟ ସ୍ନୋକର୍ ପ୍ରତି ଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ 32 ଜଣ ଶ୍ନୋକର ପ୍ରତି ଯୋଗୀ ଅନଃ ଗ୍ରହଣ କରିଛନ୍ତି।ଗତ 2015 ମସିହାରୁ ଅନୁଷ୍ଠିତ ହୋଇ ଆସୁଅଛି।କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେବ ଏହି ପ୍ରତି ଯୋଗିତାକୁ ସାମୟିକ ଭାବେ ବନ୍ଦ ରଖା ଯାଇଥିଲା।,2019 ରେ ସୁବ୍ରତ ଦାସ ଚମ୍ପିୟାନ ହୋଇଥିବା ବେଳେ ଆକାଶ ମହାପାତ୍ର ରନର୍ସ ଅପ୍ ହୋଇଥିଲେ।ଆଜି ଠାରୁ ଏହି ପ୍ରତି ଯୋଗିତା ଆରମ୍ଭ ହୋଇ ଆସନ୍ତା 10ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହୋଇ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।ବିଜେତା ମାନଙ୍କୁ ଟ୍ରଫି ସହିତ ନଗଦ ଅର୍ଥ ପୁରସ୍କାର ବାବଦକୁ ପ୍ରଦାନ କରାଯିବ।ଆଜି ସ୍ନୋକର କ୍ଳବ୍ ଠାରେ ଗୋଲ୍ଡେନ କିଙ୍ଗ ସ୍ନୋ କର କେନ୍ଦ୍ର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେଣ୍ଟର୍ ର ପ୍ରତିଷ୍ଠାତା ଶ୍ରୀ ଜ୍ଞାନରଞ୍ଜନ ବେହେରା,ସୁବ୍ରତ ଦାସ, ଷୌଭାଗ୍ୟ ବେହେରା,ରାକେଶ ରୋଷାନ ପ୍ରଧାନ ଏବଂ ଅବିନାଶ ମହାପାତ୍ର ପ୍ରମୁଖ ମ୍ୟାଚ୍ ସମ୍ପର୍କ ରେ ସୂଚନା ଦେଇ ଥିଲେ।

Leave a Reply

Your email address will not be published.