ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଶ୍ରମିକ କାର୍ଡ ଏବଂ ମୃତୁକାଳୀନ ସୁବିଧା ପ୍ରଦାନ

କଟକ,(ନାଗରାଜ ନ୍ୟୁଜ): ଜିଲା ଶ୍ରମ ଅଧିକାରୀ ମୋନାଲିଶା ପାଢୀ ଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ମାନ୍ୟବର ମେୟର ସୁବାସ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ୫୦ ରୁ ଅଧିକ ହିତାଧିକାରୀ ଙ୍କୁ ଶ୍ରମିକ କଲ୍ୟାଣ କାର୍ଡ ପ୍ରଦାନ କରିବା ସହିତ ୨ ଜଣ ଶ୍ରମୀକଙ୍କୁ ମୃତୁ କାଳୀନ ସୁବିଧା ପ୍ରଦାନ କରିଥିଲେ I କଟକ ମହାନଗର ନିଗମର ୱାର୍ଡ ନମ୍ବର ୨୦ ର ପଞ୍ଚାନନ ସେଠି ଙ୍କର ମୃତୁ ପରେ ତାଙ୍କର ଧର୍ମ ପତ୍ନୀ ସୁଜାତା ସେଠି ଙ୍କୁ ମୃତୁ କାଳୀନ ସହାୟତା ବାବଦରେ ୧ଲକ୍ଷ ୫ ହଜାର ଟଙ୍କା ପ୍ରଦାନ ଏବଂ ୱାର୍ଡ ନ ୧୩ ର ରାଜଲକ୍ଷ୍ମୀ ମହନ୍ତି ଙ୍କୁ ୨ଲକ୍ଷ ୫ ହଜାର ମୃତୁ କାଳୀନ ସହାୟତା ପ୍ରଦାନ କରିଥିଲେI । ଉକ୍ତ ସଭାରେ ଶ୍ରମିକ କଲ୍ୟାଣ କାର୍ଡ ମିଳିଥିବା ଲୋକମାନଙ୍କ ମଧ୍ୟରେ ପରଭେଜ ଆଲାମ , ଆଦିତ୍ୟ ଅଗ୍ରୱାଲ , ଛବିନ୍ଦ୍ର ବାରିକ , ଉର୍ମିଳା ବେହେରା , ସେକ ନିଜାମ , ମହମଦ ୱିଲିଆସ , ଫିରୋଜ ଖାନ , ସୋଫିଆ ବେଗମ , ନବକିଶୋର ସ୍ୱାଇଁ , ପ୍ରାଣ କୃଷ୍ଣ ସାହୁ ପ୍ରମୁଖ ଶ୍ରମିକ କଲ୍ୟାଣ କାର୍ଡ ମାନ୍ୟବର ମେୟର ଙ୍କ ହସ୍ତରୁ ଗ୍ରହଣ କରିଥିଲେ । ଆଜିର ଏହି ସଭା ରେ ପ୍ରଦୀପ କୁମାର ବାରିକ , ଜଗନ୍ନାଥ ସ୍ୱାଇଁ , ଅମରେନ୍ଦ୍ର କାଣ୍ଡି, ଦିଲାବାର ହୁସେନ , ମିହିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published.