କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦ୍ୱାରା ନୂତନ ଗୃହ ଉଦ୍ଘାଟିତ

ଆଠଗଡ, (ନାଗରାଜ ନ୍ୟୁଜ): ଆଠଗଡରେ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ସହ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ନୂତନ ଗୃହର ଶୁଭ ଉଦଘାଟନ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡରେ ମହିଳା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିବା ଏବଂ ଆତ୍ମବିଶ୍ବାସ ବୃଦ୍ଧି କରିବାରେ ଏହି ମହାବିଦ୍ୟାଳୟ ସହାୟକ ହେବ ବୋଲି ମନ୍ତ୍ରୀ ତାଙ୍କ କହିଛନ୍ତି। କଲେଜ କର୍ତ୍ତୁପକ୍ଷଙ୍କ ସହ ଅନ୍ୟତମ ଅତିଥି ଭାବେ ଲୋକ ସେବକ ମଣ୍ଡଳ ର ଉପସଭାପତି ନିରଞ୍ଜନ ରଥ ଯୋଗଦେଇ ମହାବିଦ୍ୟାଳୟର ଆଉ କିଛି ଉନ୍ନତି ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଙ୍କୁ ଅନୁରୋଧ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଡିଓ ଏବଂ ଆସିଷ୍ଟାଣ୍ଟ କଲେକ୍ଟର ଏହି ଉତ୍ସବରେ ଯୋଗ ଦେଇ ଏହି କଲେଜର ଛାତ୍ରୀମାନେ ଉତ୍ତମ ପରିବେଶ ମଧ୍ୟରେ ଉତ୍ତମ ଶିକ୍ଷା ଗ୍ରହଣ କରି ଦେଶର ନାମ ରୋଶନ କରନ୍ତୁ ବୋଲି ବକ୍ତବ୍ଯ ରଖିଥିଲେ। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର, ଆଠଗଡ ଏନ.ଏ.ସି ଚେୟାରମ୍ୟାନ୍ ସସ୍ମିତା ରାଉତ, ଅଧ୍ୟାପିକା ବବତା ସାହୁ ଆଦି ମଞ୍ଚାସୀନ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଉତ୍ସବ ପରିପ୍ରେକ୍ଷୀରେ କଲେଜର ପ୍ରତିଷ୍ଠାତା ସଦସ୍ୟ ମାନଙ୍କର ଅବଦାନକୁ ଅଧ୍ୟାପିକା ମାନେ ମନେପକାଇଥିଲେ।

Leave a Reply

Your email address will not be published.