ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ନରସିଂହପୁର,(ନାଗରାଜ ନ୍ୟୁଜ): ଗତକାଲି ସନ୍ଦ୍ୟା ୭ଟା ସମୟରେ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତାର ରଣସିଂହପୁର ନିକଟରେ ସ୍କୁଟି ଏବଂ ହାଇୱା ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ନରସିଂହପୁର ଥାନା ଅନ୍ତର୍ଗତ ଗୁହାଳସାହି ଗ୍ରାମର ପ୍ରଫୁଲ କୁମାର ବେହେରା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ଅରଖବାଡ଼ି ଗ୍ରାମର ଅଜିତ୍ ବେହେରା ବୋଲି ଜଣାପଡିଛି । ଉଭୟ ପ୍ରଫୁଲ ଏବଂ ଅଜିତ୍ ଗୁହାଳସାହିରୁ ଅରଖବାଡ଼ି ଯାଉଥିବା ସମୟରେ ର ଗୁହାଳସାହି ନିକଟରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକମାନେ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତାର ଗୁହାଳସାହି ନିକଟରେ ରାସ୍ତା ଅବରୋଧ କରିଛନ୍ତି ।

ନରସିଂହପୁରରୁ ଅଞ୍ଜନ କୁମାର ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.