ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଇନର ହ୍ୱିଲ୍ ଶ୍ରକ୍ଷେତ୍ର ପୁରୀ ଓମେନ୍ସ କ୍ଲବ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି । ଏହି କ୍ଲବ ବଳିଆ ପଣ୍ଡା ସ୍ତିତ ବସ୍ତିରେ ମହିଳାମାନଙ୍କର ଋତୁସ୍ରାବ ଜନିତ ସମସ୍ୟା ଓ ସ୍ତନ କର୍କଟ ନିରୂପଣ ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଭୁବନେଶ୍ୱରର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ଅନେକ ମାନ୍ୟଗଣ୍ୟ ସଦସ୍ୟା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ମହାପାତ୍ର, ମଧୁସ୍ମିତା ମହାପାତ୍ର, ରାଜଲକ୍ଷ୍ମୀ ଦାସ, ସସ୍ମିତା ଖୁଣ୍ଟିଆ, ଶରଧା ମେକପ ଓ ରୋଜି ଦତ୍ତ ମହାପାତ୍ର ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଶିବିରକୁ ମେଜର କଳ୍ପନା ଦାସ ଉଦଯାପନ କରିଥିଲେ । କ୍ରି୍ରୟା ଫେଉଣ୍ଡେସନ ଏହାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.