ସରସ୍ଵତୀ ଶିଶୁ ମନ୍ଦିରରେ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ କଟକ ନୂଆବଜାର ପୋତାପୋଖରୀସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଆୟୋଜନ ପାଇଁ ରାଜ୍ୟର ଅଗ୍ରଣୀ ମସଲା ଉଦ୍ୟୋଗ କମ୍ପାନୀ ଭାରତ ମସଲା ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଛି। ଏହି ଅବସରରେ ମହିଳା ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍, ଚୌଦ୍ଵାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ ବରିଷ୍ଠ ଡ଼ାକ୍ତର ଜୟନ୍ତ ପଣ୍ଡା,ଭାରତ ମସଲା ଏମ୍ ଡି ସୁଶାନ୍ତ ପଣ୍ଡା, ପ୍ରଫୁଲ୍ଲ ସିଂହ,ବିଦ୍ୟାଳୟର ପରିଚାଳନା ସମିତି ସଭାପତି ନନ୍ଦିତା ପଣ୍ଡା, ମହିଳା ନେତ୍ରୀ ସୁଭଦ୍ରା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଏବଂ ଡାକ୍ତର ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶିବିରରେ ସବୁ ବିଭାଗର ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ଆଖି, ରକ୍ତଚାପ,ଛାତି ମେଦବହୁଳ,ଡାଇବେଟିସ ଆଦି ପରୀକ୍ଷା କରିଥିଲେ ଲୋକେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ,ଛାତ୍ରଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published.