ପତ୍ରକାର ସଙ୍ଘ ପକ୍ଷରୁ ଶିକ୍ଷାଶ୍ରୀ ସମ୍ମାନ ଉତ୍ସବ ୨୦୨୨ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ପତ୍ରକାର ସଙ୍ଘ ତରଫରୁ ଆୟୋଜିତ ୨୦୨୨ ଶିକ୍ଷାଶ୍ରୀ ସମ୍ମାନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା । ଶ୍ରୀ ଦାସବର୍ମା ଉକ୍ତ କାର୍ଯ୍ୟକ୍ରମରେ ଚଳିତ ଶିକ୍ଷା ବର୍ଷ ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରି ସମସ୍ତଙ୍କର ଉଜ୍ବଳମୟ ଭବିଷ୍ୟତ କାମନା କରିଛନ୍ତି। ଶ୍ରୀ ଦାସବର୍ମା କହିଛନ୍ତି ବର୍ତ୍ତମାନ ଶିକ୍ଷାର ପରିବର୍ତ୍ତନ ହୋଇଛି। ପୂର୍ବରୁ ଶିକ୍ଷାଦାନ ପାଇଁ ବିଦ୍ୟାଳୟ ନଥିବାରୁ ଲୋକମାନେ ପଢିବା ପାଇଁ ବଞ୍ଚିତ ହୋଇଥିଲେ ।

ଏବେ ରାଜ୍ୟ ସରକାରଙ୍କ 5T ମାଧ୍ୟମରେ ଉନ୍ନତ ମାନର ଶିକ୍ଷା ସହିତ ସ୍ମାର୍ଟ କ୍ଲାସ ରୁମ୍ ଡିଜିଟାଲ ଲାଇବ୍ରେରି ଓ ବିଦ୍ୟାଳୟର ଉନ୍ନତ ମାନର ଭିତିଭୂମି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପାଇଁ ଆକୃଷ୍ଟ କରୁଛି ଏହା ହିଁ ବିକାଶ ର ମୂଳମନ୍ତ୍ର। ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ପାଇଁ ଉତ୍ସାହିତ କରିବ । ଏହା ସହିତ ଆୟୋଜକ ପତ୍ରକାର ସଙ୍ଘର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର କ୍ରିଡ଼ା ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ପୁରୀ ଜିଲ୍ଲା ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ପତ୍ରକାର ସଙ୍ଘ ସଭାପତି ବିଜୟ ପଟ୍ଟନାୟକ ଓ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.