ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ୍ ପ୍ରତିଯୋଗିତା

କଟକ, (ନାଗରାଜ ନ୍ୟୁଜ): ଓଡ଼ିଶା ବାସ୍କେଟ ବଲ ଆସୋସିଏସନ୍ ଆନୁକୁଲ୍ୟରେ ଆସନ୍ତା ଅଗଷ୍ଟ ମାସ ୧୭ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ୍ ଠାରେ କେଶବ ଫାଉଣ୍ଡେସନ ଏବଂ ନବଜାଗରଣ ର ପ୍ରାୟୋଜନରେ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଶେଷ କରି ରାଜ୍ୟରେ ଅଧିକରୁ ଅଧିକ ଯୁବ ଖେଳାଳୀ ସୃଷ୍ଟି ଲକ୍ଷ୍ୟ ରଖି ଏହି ଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି।ଆଯଦିକି ଅମୃତ ମହୋତ୍ସବ ଅବସରରେ ଚଳିତ ବର୍ଷ ଏହି ପ୍ରତି ଯୋଗିତାର୍ ଆୟୋଜନ କରାଯାଇଛି।ଚଳିତ ବର୍ଷ ରାଜ୍ୟର ୪୦ ଟି ଯୁବ ଦଳ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ବିଜୟୀ ପ୍ରତି ଯୋଗୀ ମାନଙ୍କୁ ଟ୍ରଫି ସହିତ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।୨୫୦ ଜଣ ବାଳକ ୧୫୦ ରୁ ଉର୍ଦ୍ଧ୍ବ ବାଳିକା ଏହି ରାଜ୍ୟ ସ୍ତରୀୟ ଯୁବ ବାସ୍କେଟ୍ଟ ବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

ଆସନ୍ତା ଅକ୍ଟୋବର ମାସରେ ଇନ୍ଦୋର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ବାଷ୍କେଟ ବଲ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳ ପାଇଁ ଏହି ପ୍ରତି ଯୋଗିତାରୁ ଖେଳାଳି ଚୟନ କରାଯିବ।ରାଜ୍ୟ ଦଳ ପାଇଁ ଖେଳାଳୀ ଚୟନ ପରେ ସେମାନଙ୍କୁ ଅଭିଜ୍ଞ କୋଚ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।ଆଜି ବାରବାଟି ଷ୍ଟାଡିୟମ୍ ସ୍ଥିତ ଓଡ଼ିଶା ବାସକେଟ ବଲ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସଭାପତି ଅଶୋକ କୁମାର ସାହୁ,ଫାଉଣ୍ଡେସନର ସଭାପତି ରଶ୍ମିତା ମିଶ୍ର, ସମ୍ପାଦକ ସରୋଜ କୁମାର ଜେନା,ମାନସ ରଞ୍ଜନ ଦାସ ପ୍ରମୁଖ ଯୁବ ରାଜ୍ୟ ସ୍ତରୀୟ ବାସ୍କେଟ୍ ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published.