ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି; ବର୍ଷାର ଦେଖାନାହିଁ, ଚାଷୀମୁଣ୍ଡରେ ଚଡ଼କ

ସୁନ୍ଦରଗଡ, (ନାଗରାଜ ନ୍ୟୁଜ): ଶ୍ରାବଣ ମାସ ଶେଷ ହେବା କୁ ବସିଲାଣି ହେଲେ ବର୍ଷା ର ଦେଖାନାହିଁ। ଫଳରେ ବର୍ତ୍ତମାନ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନ୍ୟ ବର୍ଷମାନଙ୍କରେ ଏହି ସମୟରେ ଚାଷୀ ଧାନ ଋଆ, ବେଉଷଣ କାର୍ଯ୍ୟ ସାରିଦେଇ ଥାଏ, କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ହଜାର ହଜାର ହେକ୍ଟର ଚାଷ ଜମି ଶୁଖିଲା ପଡ଼ିଛି।ଚାଷୀ ଧାର,କରଜ କରି କଷ୍ଟେମଷ୍ଟେ ବୁଣା ଏବଂ ଧାନତଲିପକାଇଥିଲ। ବର୍ଷା ଅଭାବରୁ ବୁଣାଯାଇଥିବଧାନଗଛସବୁ ଶୁଖି ଲାଲ ହୋଇଯାଇଥିବା ବେଳେ,ତଲିପକାଯାଇଥିବା ଧାନଗଛ ବୁଢାହୋଇଯାଇପୋଡିଗଲାଣି। ଏମିତି ହାହାକାର ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ର କୁତ୍ରା ବ୍ଳକ ର ସମସ୍ତ ୧୬ଗୋଟି ପଞ୍ଚାୟତ ଏବଂ ରାଜଗାଙ୍ଗପୁର ବ୍ଳକ ର ୨୦ଟିପଞ୍ଚାୟତରେ। କୁତ୍ରା ବ୍ଳକ ରେ ସମୁଦାୟ ୨୦ହଜାର ହେକ୍ଟର ଚାଷଜମି ଥିବାବେଳେ, ସେଥିମଧ୍ୟରୁ ଚଳିତ ବର୍ଷ୯୭୭୯ହଜାର ହେକ୍ଟର ଚାଷଜମି ରେ ଧାନବୁଣା‌ଯାଇଥିଲା। ବାକି ଜମିରେ ରେ ଡାଲିଯାତୀୟ ଏବଂ ତୈଳ ଯାତୀୟଚାଷ କରାଯାଇଥିଲା। ସେହିପରି ରାଜଗାଙ୍ଗପୁର ବ୍ଳକରେ ସମୁଦାୟ୨୦ଗୋଟିପଞ୍ଚାୟତରେ ମୋଟ୧୮୮୬୫ ହଜାର ହେକ୍ଟର ଚାଷଜମି ଥିବାବେଳେ,୧୦୨୩୬ହଜାର ହେକ୍ଟର ଜମିରେ ଧାନଚାଷ ଏବଂ ବାକି ଜମିରେ ତୈଳ ଏବଂ ଡାଲିଯାତୀୟ ଚାଷ କରାଯାଇଛି। ହେଲେ ବର୍ଷା ର ଦେଖାନାହିଁ। ଚାଷୀ ବହୁଆଶାଵିଶ୍ଵାସ ନେଇ ଚାଷକାର୍ଯ୍ୟ ଆରମ୍ଭ କରିଥିଲା ।

ବର୍ଷା ଅଭାବରୁ ବର୍ତ୍ତମାନ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି, କେମିତି ଋଣକରଜ ସୁଝିବ ଏବଂ ପରିବାର ପୋଷିବା ସେଇଚିନ୍ତାରେ କେବଳ ଘାରିହେଉଛି। ଜୁନ ମାସ ରେ କୁତ୍ରା ବ୍ଳକ ରେ ୬୬ମିଲିମିଟର ବର୍ଷା ହୋଇଥିବା ବେଳେ, ଜୁଲାଇ ମାସରେ ୨୯୦ମିଲମିଟର ବର୍ଷାହୋଇଥିଲା। ସେହିପରି ରାଜଗାଙ୍ଗପୁର ବ୍ଳକରେ ଜୁନ ମାସରେ୬୬.୨ମିଲିମିଟର ଏବଂ ଜୁଲାଇ ମାସରେ ୨୦୪ମିଲିମିଟରବର୍ଷାହୋଇଇଥିଲା। ଯାହା କି ଧାନଚାଷ ପାଇଁ ଉପଯୁକ୍ତ ନୁହେଁ।ଏ ସମ୍ପର୍କରେ ଆମ ପ୍ରତିନିଧି ରାଜଗାଙ୍ଗପୁର ବ୍ଳକ କୃଷି ଅଧିକାରୀ ହେମନ୍ତ କୁମାର ଜେନା ଙ୍କ ସହିତ ଆଲୋଚନା କରିବା ରୁ ସେ କହିଥିଲେ ଦିନେ ଦୁଇଦିନ ମଧ୍ୟରେ ବର୍ଷା ଯଦି ଆସିବ ତା’ହେଲେ କିଛି ପରିମାଣରେ ଚାଷୀ ରୂଆ,ବେଉଷଣ କାର୍ଯ୍ୟ କରିପାରିବ ନଚେତ ଚାଷୀ ବହୁ ପରିମାଣରେ ପ୍ରଭାବିତହେବ। ଅନ୍ୟ ପକ୍ଷରେ ସମ୍ବଲପୁର ଜିଲ୍ଲାର ବାମରା ବ୍ଳକରେ ଥିବା ୧୭ଗୋଟି ପଞ୍ଚାୟତ ର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ବର୍ଷା ଅଭାବରୁ ଏହି ବ୍ଳକ ର ଚାଷୀମାନେ ତ୍ରାହି ତ୍ରାହି ଡାକିଲେଣି। ବିଭିନ୍ନ ବ୍ୟାଙ୍କ୍,ଲ୍ୟାମ୍ପ ମାନଙ୍କରୁ ଋଣ କରି ଚାଷ କରୁଛନ୍ତି, ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷୀ ରମେରୁଦଣ୍ଡ ଭାଙ୍ଗି ଯାଇଛି। ଋଣଭାର ଏବଂ ପରିବାର ପୋଷିବା ପାଇଁ ହନ୍ତସନ୍ତ ହୋଇଗଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ ଏଥିରେ ଦ୍ବିମତ ନାହିଁ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.