୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ । ଆଜି ଉତ୍ତର ପଶ୍ଚିମ କେନ୍ଦ୍ରୀୟ ସମୁଦ୍ର ମଧ୍ୟରେ ଓଡିଶା ପାଶ୍ୱର୍ବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ଲାଘୁଚାପ । ଏହା ଅଧିକ ଘନୀଭୂତ ହୋଇ ଅବପାତ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍‌ତା ୩ ଦିନ ଯାଏଁ ପ୍ରବଳ ବର୍ଷିବ । ଆଜି ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଆଦି ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତଳୁଆ ଅଞ୍ଚଳ ବାସୀଙ୍କ ସତର୍କ ରହିବାକୁ କୁହାଯାଇଛି । ଚାଷ ଜମିରେ ମଧ୍ୟ ପାଣି ଜମିରହିବ । ଏନେଇ ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ୧୦ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ପାଗରେ ପରିବର୍ତ୍ତନ ହେବ ।

Leave a Reply

Your email address will not be published.