ଆଜି ହେଉଛି ବିଶ୍ବ ହସ୍ତୀ ଦିବସ

କଟକ,(ନାଗରାଜ ନ୍ୟୁଜ): ଆଜି ହେଉଛି ବିଶ୍ବ ହସ୍ତୀ ଦିବସ । ସବୁଠି ପାଳନ ହେଉଛି ଏହି ହସ୍ତି ଦିବସ । ଆଜିର ଦିନରେ ହାତୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବି ଓ ପରିବେଶବିତ୍ । ଆଠଗଡ ବନଖଣ୍ଡରେ ଏବେ ହାତୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଏଠି ବନବିଭାଗର କର୍ମଚାରୀ ହାତୀକୁ ସୁରକ୍ଷା ଦେବା ବଦଳରେ ମାରି ପୋତିବା ସହ କଙ୍କାଳ ବାହାରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗଣମାଧ୍ୟମକୁ ନଜଣାଇ ଅଫିସ ଭିତରେ ଆଠଗଡ ବନବିଭାଗ ପାଳିଛି ବିଶ୍ବ ହସ୍ତୀ ଦିବସ । ବର୍ଷ ତମାମ ଆଠଗଡ ବନଖଣ୍ଡରେ ୧୦୦ ରୁ ଅଧିକା ହାତୀ ରହୁଥିବା ବେଳେ ସେମାନଙ୍କର ସୁରକ୍ଷା ନେଇ ଏବେ ଉଠିଛି ପ୍ରଶ୍ନବାଚୀ ?

Leave a Reply

Your email address will not be published.