ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତିଙ୍କ ୧୩୬ତମ ଜନ୍ମ ଦିବସ ପାଳିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ମାଟିର ପୁଅ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ପ୍ରଥମ ବାଚସ୍ପତି ସ୍ବର୍ଗତ ମକୁନ୍ଦ ପ୍ରସାଦ ଦାସଙ୍କ ୧୩୬ ତମ ଜନ୍ମ ଦିବସ ବ୍ଲକ ଶିକ୍ଷକ ଭବନ ପରିସରରେ ପାଳିତ ହୋଇଯାଇଛି । ସ୍ବର୍ଗତ ଦାସ ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ଗତ ତା ୧୨/୮/୧୮୮୭ ମସିହାରେ ଜନ୍ମଗ୍ରହଣ କରି ତା ୦୬/୧୧/୧୯୬୯ ମସିହାରେ ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ଉଚ୍ଚ ଶିକ୍ଷା ପରେ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ହୋଇ ବାଲେଶ୍ଵର ଜିଲ୍ଲା ଖଇରା ମାଟିକୁ ଧନ୍ଯ କରିଥିଲେ । ଏହି ଉପଲକ୍ଷେ ମକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଅଦ୍ଯ ତା ୧୨/୮/୨୦୨୨ ରିଖ ଶୁକ୍ରବାର ଶ୍ରୀ ଦାସଙ୍କ ଜନ୍ମ ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ କମିଟିର ସମ୍ପାଦକ ଉମେଶ ଚନ୍ଦ୍ର ନାୟକ । ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ମୁଖ୍ୟବକ୍ତା ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଓ ଅବସରପ୍ରାପ୍ତ ଅଧ୍ଯକ୍ଷ ମୁକ୍ତିକାନ୍ତ ଶତପଥୀ ଏବଂ କମିଟିର ଆବାହକ ଅଭିରାମ ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ସ୍ବର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭା ଏବଂ ସୁଗୁଣ ବିଷୟରେ ବର୍ଣ୍ଣନା କରିଥିଲେ । ସ୍ବର୍ଗତ ଶ୍ରୀ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିବା ବେଳେ ବେଦପାଠ କରିଥିଲେ କମିଟିର ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ । ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଡମ୍ବରୁଧର ମହାନ୍ତି ,ଏଥିରେ ଚିନ୍ତାମଣି ସାହାଣୀ, ବିଭୂତି ଭୂଷଣ ତ୍ରିପାଠୀ, ଦେବେନ୍ଦ୍ର କୁମାର ରାଉତ, ଉପେନ୍ଦ୍ର ପ୍ରସାଦ ଦାସ, ଆଡଭୋକେଟ ଉପେନ୍ଦ୍ର କୁମାର ଭୂୟାଁ ଓ ନିରଞ୍ଜନ ବେହେରା, କୈଳାସ ଚନ୍ଦ୍ର ତ୍ରିପାଠୀ, କୈଳାସ ଚନ୍ଦ୍ର ପୃଷ୍ଟି, ସୃଷ୍ଟିଧର ରାଉଳ, ସୁବାଷ ଚନ୍ଦ୍ର ପ୍ରଧାନ, ଚନ୍ଦ୍ରଶେଖର ପଣ୍ଡା, ଅରୁଣ କୁମାର ଦାସ, ଅଶ୍ବନୀ ପୁଷ୍ପାଳକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମୋଟ ୧୭ ଜଣଙ୍କୁ ସ୍ମୃତି କମିଟି ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନରେନ୍ଦ୍ର ପ୍ରସାଦ ବେହେରା, ଉମେଶ ଚନ୍ଦ୍ର ଜେନା, ଅନାମ ଚରଣ ପଣ୍ଡା, କୈଳାସ ଦାସ, କରୁଣାକର ବିଶ୍ବାଳ, ମନୋଜ ପ୍ରଧାନ, ବିସ୍ମୟ ବେହେରା ଓ ସଞ୍ଜୟ ବେହେରା ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଶେଷରେ କୈଳାସ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.