ରାଜ୍ୟସ୍ତରୀୟ ଟେବୁଲ୍ ଟେନିସ ପ୍ରତିଯୋଗିତା ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ୟଙ୍ଗ ଜେନେରସନ୍ ଟେବୁଲ୍ ଟେନିସ ଆସୋସିଏସନ୍ ଏବଂ ଓଡ଼ିଶା ରାଜ୍ୟ ଟେବୁଲ୍ ଟେନିସ ଆସୋସିଏସନ୍ ର ମିଳିତ ଆନୁକୁଲ୍ୟରେ କଟକ ଯବାହାର ଲାଲ ଇନ୍ଦୋର ଷ୍ଟାଡିୟମ୍ ଠାରେ ଆଜି ଠାରୁ ଆନ୍ତଃ ସ୍କୁଲ ଏବଂ ରାଜ୍ୟ ସ୍ତରୀୟ ମାନ୍ୟତା(RANKING) ଟେବୁଲ୍ ଟେନିସ ପ୍ରତି ଯୋହିତା ଆରମ୍ଭ ହୋଇଛି।ଏହି ପ୍ରତି ଯୋଗିତାରେ ବାଳକ ବାଳିକା ଏବଂ ପୁରୁଷ ମହିଳା ପ୍ରାୟ ଦୁଇଶହ ରୁ ଅଧିକ ପ୍ରତି ଯୋଗୀ ଅଂଶ ଗ୍ରହଣ କରିଛନ୍ତି।ଓଡ଼ିଶା ଟେବୁଲ୍ ଟେନିସ ସଂଘର ସଭାପତି ତଥା ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳ ଉନ୍ନୟନ ଏବଂ ସରକାରଙ୍କର ସୂଚନା ବିଭାଗର ସଚିବ ଶ୍ରୀ ସଞ୍ଜୟ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ପ୍ରତି ଯୋଗିତା କୁ ଉଦ୍ଘାଟନ କରି କହିଲେ ନିକଟରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଟି କ୍ରୀଡା ପ୍ରତି ଜୋଗିତାରେ ଭାରତର ସଫଳତା ପ୍ରତ୍ୟେକ ଖେଳାଳି ମାନଙ୍କୁ ପ୍ରୋତ୍ସାହ ନ ଯୋଗାଇବ। ପ୍ରତ୍ୟେକ ଖେଳାଳି କଠିନ ପରିଶ୍ରମ କରି ନିଜକୁ ଜାତୀୟ ଆନ୍ତର୍ଜାତୀୟ ସ୍ତରର ଖେଳାଳି ପାଇଁ ପ୍ରଚେଷ୍ଟା ଜାରି ରଖନ୍ତୁ।ସି ଏମ ସି ର କମିଶନର ନିଖିଲ ପାୱନ କୁମାର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ସଂଘର ଯୁଗ୍ମ ସମ୍ପାଦକ ଜୟଦୀପ ଦେବତା ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ କରିଥିଲେ। ଶେଷରେ ସଂଘର ସମ୍ପାଦକ ରବୀନ୍ଦ୍ର ପରିଡା ଧନ୍ୟ ବାଦ ଦେଇଥିଲେ।

Leave a Reply

Your email address will not be published.