ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି କାକଟପୁର ମା ମଙ୍ଗଳା ମନ୍ଦିର ପୀଠ

ପୁରୀ,(ନାଗରାଜ ନ୍ୟୁଜ): ଲଘୁଚାପ ଜନିତ ଲଗାଣ ବର୍ଷା ରେ ବେହାଲ ହୋଇ ପଡ଼ିଛି କାକଟପୁର ମା ମଙ୍ଗଳା ମନ୍ଦିର ପୀଠ । ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ା ରେ ପାଣି ଜମି ରହିଛି । ଫଳରେ ମନ୍ଦିର କୁ ଆସିଥିବା ଶ୍ରଦ୍ଧାଳୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମନ୍ଦିର ର ମୁଖ ଶାଳା ରେ ଫାଟ ପାଇଁ ପାଣି ଗଳୁ ଥିବା ବେଳେ ବେଢ଼ା ରେ ପାଣି ନିଷ୍କାସନ ସମସ୍ୟା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଭଳି ସମସ୍ୟା ନେଇ ଦାୟିତ୍ୱ ରେ ଥିବା ପ୍ରଶାସନିକ ଅଧିକାରୀ ମାନେ ଅବଗତ ଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ । ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ମନ୍ଦିର କୁ ଆସୁଥିବା ବେଳେ ଏହାର ସମାଧାନ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେଉ ବୋଲି ଦାବୀ ହୋଇଛି ।

Leave a Reply

Your email address will not be published.