ଭାରତମାତା ପୂଜନ

ପୁରୀ, (ଗରାଜ ନ୍ୟୁଜ): ଅଖଣ୍ତ ଭାରତ ଦିବସ ତଥା ଭାରତ ବିଭାଜନ ର ସ୍ମୁତି ଦିବସ ଅବସରରେ ଭାରତ ମାତା ପୂଜନ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୋଏଙ୍କା ଧର୍ମଶାଳା ପରିସର ରେ ଭାରତ ରକ୍ଷା ମଞ୍ଚ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନୋଜ କୁମାର ଅଗ୍ରୱାଲ ସଂଯୋଜନା କରିଥିଲେ ସମାଜ ସେବୀ ପ୍ରଭାତ ନଳିନୀ ସାହୁ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଉପସ୍ଥିତ ସମସ୍ତ ରାଷ୍ଟ୍ରବାଦୀ ବିଚାର ଧାରା ର କାର୍ଯ୍ୟକର୍ତା ଭାରତ ମାତା ଙ୍କ ଶ୍ରୀ ଚରଣ ରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୁରୀ ବିଭାଗ ର ସମ୍ପର୍କ ପ୍ରମୁଖ ମାନନୀୟ ଶ୍ୟାମ ସୁନ୍ଦର ହଲଦାର ମୁଖ୍ୟବକ୍ତା ଭାବେଯୋଗ ଦେଇ କାର୍ଯ୍ୟକର୍ତା ମାନଙ୍କୁ ମାତୃଭୂମି ର ବନ୍ଦନା ଗାନ କରି ତାର ସେବା ପାଇଁ ସମର୍ପିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ପୁରୀ ନଗର ର ସମ୍ପର୍କ ପ୍ରମୁଖ,ବିଚିତ୍ର ରଞ୍ଜନ ସାହୁ, ପୂର୍ଣ୍ଣ ଚନ୍ଦ୍ର ଦାସ, କବିତା ପ୍ରଧାନ, ଶୋଭନ ଦାସ, ଯଜ୍ଞ ପ୍ରସାଦ ଦାସ, ଜଗନ୍ନାଥ ଷଡ଼ଙ୍ଗୀ, ଓ ସଚି ନନ୍ଦନ ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନା ଚକ୍ର ରେ ଭାଗ ନେଇଥିଲେ । ଶେଷରେ କାର୍ଯ୍ୟକର୍ତା ମାନେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସମର୍ଥନ ଜଣାଇ ଜାତୀୟ ପତାକା ଧରି ଭାରତ ମାତା କି ଜୟ ବନ୍ଦେ ମାତରଂ କହିଥିଲେ।ଶେଷରେ ମନୋଜ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.