ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

କଟକ, (ନାଗରାଜ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ ବିଭିନ୍ନ କଷ୍ଟସାଧ୍ୟ ରୋଗ ବ୍ୟାପିବାରେ ଲାଗିଛି । ଆଉ ସତର୍କ ଏବଂ ସଚେତନ ରହିଲେ ନିଜ ଦେହରୁ ବିଭିନ୍ନ ରୋଗ ଆପଣା ଛାଏଁ ଦୂରେଇ ଯିବ। ଖାସ୍ ଏଥିପାଇଁ କଟକ ବିଦ୍ୟାଧରପୁରସ୍ଥିତ ମା ବୁଢୀ ଜାଗୁଳାଇ ମନ୍ଦିର ପରିସରରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ରାଜ୍ୟର ଅଗ୍ରଣୀ ସ୍ୱଚ୍ଛାସେବୀ ସଙ୍ଗଠନ ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ ଏହି ନିଶୁଳ୍କ ଶିବିରର ଆୟୋଜନ ହୋଇଥିଲା । କଟକରେ ଲଗାଣ ବର୍ଷା ସତ୍ତ୍ୱେ ଆଖପାଖ ଅଞ୍ଚଳର ଲୋକମାନେ ଉପସ୍ଥିତ ରହି ନିଜ ସ୍ୱାସ୍ଥ୍ୟ କୁ ପରୀକ୍ଷା କରାଇଥିଲେ । ଏଥିରେ ଛାତି, ଗଳା, ମଧୁମେହ, ରକ୍ତଚାପ, ଇସିଜି ଆଦି ପରୀକ୍ଷା କରାଯାଇଥିଲା। ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ରହି ଲୋକମାନଙ୍କୁ ପରୀକ୍ଷା କରାଇଥିଲେ । ଶ୍ରୀରାମ ଫାଉଣ୍ଡେସନ,ଭୁବନେଶ୍ବରର ରୋଟାରି କ୍ଲବ୍ ଏବଂ ସନ୍ ହସ୍ପଟାଲ୍ ର ମିଳିତ ସହଯୋଗରେ ଏହି ଶିବିରର ଆୟୋଜନ କରାଯାଇଥିଲା।ଶିବିରରେ ସ୍ଥାନୀୟ ୫୫ ନମ୍ବର ୱାର୍ଡ୍ କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା, ରୋଟାରି କ୍ଲବ୍ ଭୁବନେଶ୍ବରର ସଭାପତି ରୋଟାରିଆନ୍ ଘନଶ୍ୟାମ ବେଉରା, ସମ୍ପାଦକ ଡକ୍ଟର ପ୍ରସନ୍ନ ଚୌଧୁରୀ, ସନ୍ ହସ୍ପିଟାଲ ର ଟିମ୍, ବିଦ୍ୟାଧରପୁର ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ରାକେଶ ଲେଙ୍କା, ସମ୍ପାଦକ ସଞ୍ଜୀବ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ଅନୁଷ୍ଠାନର ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published.