ଚୌଦ୍ୱାର କଟକ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କଟକ,(ନାଗରାଜ ନ୍ୟୁଜ): ସାରା ଦେଶ ପାଳିଛି ୭୬ ତମ ସ୍ୱାଧୀନତା ଦିବସ । ଏହି ପରିପ୍ରେକ୍ଷୀରେ ଚୌଦ୍ୱାର କଟକ ବିଜୁ ଜନତା ଦଳ ପକ୍ଷରୁ ଏହି ଦିବସକୁ ଅତି ନିରାଡମ୍ବର ଭାବେ ପାଳନ କରାଯାଇଛି। ନୂଆବଜାର କୁଷ୍ଠାଶ୍ରମ ପରିସରରେ ସ୍ୱାଧିନତା ଦିବସକୁ ପାଳନ କରିଛନ୍ତି ନେତାମାନେ।ଚୌଦ୍ୱାର କଟକ ପୁର୍ବତନ ବିଧାୟକ ତଥା ବିଜେଡି ବରିଷ୍ଠ ନେତା ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ। ଉପସ୍ଥିତ ବ୍ୟକ୍ତିମାନେ ଜାତୀୟ ସଙ୍ଗୀତ ଗାନ କରିବା ସହ ଦେଶ ମାତୃକା ପାଇଁ ଉତ୍ସର୍ଗୀକୃତ କରିଥିବା ମହାମୁନିଷୀମାନଙ୍କ ପ୍ରତି ସ୍ମୃତିଚାରଣ କରିଥିଲେ। ଏଥିସହିତ ଆଶ୍ରମ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଆଜାଦି କା ଅମୃତମହୋତ୍ସବ ଉପଲକ୍ଷେ ଏଭଳି କାର୍ଯ୍ୟକ୍ରମ ମାନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତର ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ,ମେୟର ସୁବାଷ ସିଂହ,ଡେପୁଟି ମେୟର ଦମୟନ୍ତୀ ମାଝି,ବିଭିନ୍ନ ୱାର୍ଡ୍ କର୍ପୋରେଟର, ବିଜେଡି ଛାତ୍ର, ଯୁବ,ମହିଳା ନେତ୍ରୀ, କର୍ମୀ,ଆଖପାଖ ଅଞ୍ଚଳର ଲୋକେ ସାମିଲ ହୋଇଥିଲେ। ତେବେ ଇଣ୍ଡିଆ ଟୁଡେ ସର୍ଭେରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ କରିଥିବାରୁ ସମସ୍ତ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।ଶେଷରେ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯିବା ସହ ବିଭିନ୍ନ ବୃକ୍ଷର ଚାରା ବଣ୍ଟନ କରାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published.