ସ୍ୱାଧୀନତା ଦିବସ ପାଳିତ

କଟକ, (ନାଗରାଜ ନ୍ୟୁଜ): ହଜାର ବର୍ଷ ପୁରାତନ ଐତିହାସିକ କଟକ ନଗର ରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜାଦି କୁ ଅମୃତ ମହୋତ୍ସବ ଏବଂ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାମ ଧୂନ୍ ଡାକ ବାଜି ଯନ୍ତ୍ର ସାହାଯ୍ୟ ରେ ପରିବେଷଣ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଜାତୀୟ ପାତ୍ତାକା ଉତ୍ତୋଳନ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା।କଟକ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବାରବାଟି ଷ୍ଟାଡିୟମ୍ ଠାରେ ଆଜାଦି କି ଅମୃତ ମହୋତ୍ସବ ଏବଂ ସ୍ବାଧୀନତାର 76 ବର୍ଷ ପୂର୍ତ୍ତି ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ବାରବାଟି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଖଣି ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଜାତୀୟ ପତ୍ତାକା ଉତ୍ତୋଳନ କରି ପୋଲିସ ବାହିନୀ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ପୁଲିସ ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ଵାଧୀନତା ଦିବସ ଅବସରରେ ସମ୍ବୋଧନ କରି କହିଲେ ପବିତ୍ର ସ୍ଵାଧୀନତା ର 76 ତମ ଶୁଭ ଅବସରରେ ମୁଁ କଟକ ବାସୀ ଙ୍କ ଭାଇ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜନାଉଛି। ଦେଶର ସ୍ଵାଧୀନତା ଆନ୍ଦୋଳନରେ ଆତ୍ମ ବଳୀ ଦେଇଥିବା ମହାନ୍ ଯୋଦ୍ଧା ନେତାଜୀ ସୁବାସ ଚନ୍ଦ୍ର ବୋଷ , ଵୀର ସୁରେନ୍ଦ୍ର ସାଏ, ରଘୁ ଦିବାକର,ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ,ନବକୃଷ୍ଣ ଚୌଧୁରୀ,ଡକ୍ଟର ହରେକୃଷ୍ଣ ମହତାବ ପ୍ରମୁଖ ବୀର ସନ୍ତାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ କଟକ ସହର ହେଉଛି ଏକ ଐତିହାସିକ ସଂସ୍କୃତି ପୂର୍ଣ୍ଣ ସହର । ସ୍ୱାଧୀନତା ଆନ୍ଦୋଳନରେ କଟକ ର ଅବଦାନ ଅତୁଳନୀୟ ବିଶେଷ କରି କଟକ ର ଐତିହାସିକ ସ୍ବରାଜ ଆଶ୍ରମ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ନେଇଆସିଥିଲେ ।

ସ୍ବରାଜ ଆଶ୍ରମ ରୁ ଆନ୍ଦୋଳନର ସୂତ୍ରପାତ ହୋଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ପ୍ରସାରିତ ହେଲା।ଏହି ସ୍ବରାଜ ଆଶ୍ରମ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ରାତ୍ରୀ ଜାପାନ କରି କାଠ ଯୋଡ଼ି ବାଲିରେ ବକ୍ତୃତା ଦେଇ ଆନ୍ଦୋଳନ କୁ ଜୋର୍ ଦାର କରିଥିଲେ। ସେହି ଭଳି ମହାତ୍ମା ଗାନ୍ଧୀଙ୍କ ର ଭାରତ ଛାଡ ଆନ୍ଦୋଳନ କଟକ ର ଐତିହାସିକ ସ୍ବରାଜ ଆଶ୍ରମ ରୁ ଆରମ୍ଭ ହୋଇଥିଲା।ବର୍ତ୍ତମାନ ନବୀନ ପଟ୍ଟନାୟକ ଙ୍କ ଶାସନ କାଳରେ ଓଡ଼ିଶାରେ ଶିଳ୍ପ,ଶିକ୍ଷା,ସ୍ବାସ୍ଥ୍ୟ,ସବୁ କ୍ଷେତ୍ରରେ ଓଡ଼ିଶା ପ୍ରଗତି ହାସଲ କରିଛି। ନେତାଜୀ ସଂଗ୍ରହାଳୟକୁ ଜାତୀୟ ସଂଗ୍ରାହଳୟ ରେ ପରିଣତ କରାଯାଇଛି।କଟକ ବଡ ଡାକ୍ତର ଖାନାକୁ ଏକ ହଜାର କୋଟି ଟଙ୍କା ବେୟରେ ବିଶ୍ଵ ସ୍ତରୀୟ ଡାକ୍ତର ଖାନରେ ପରିଣତ ହେବାକୁ ଯାଉଛି।ସେହି ଭଳି ଖାନ ନଗର ଠାରେ ନେତାଜୀ ଙ୍କ ନାମରେ ଏକ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଉଛି । ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ଆମେ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆହ୍ଵାନ ଦେଇଥିଲେ।ଏହି ଅବସରରେ କେତେକ ବିଶିଷ୍ଟ ବ୍ୟକ୍ତି, ସ୍ୱେଚ୍ଛା ସେବୀ ସଂଗଠନ, ଚିକିତ୍ସକ ଏବଂ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ଵାଧୀନତା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ କଟକ ଚାଟ ଶାଳୀ “ଜଗବନ୍ଧୁ ଚଉତିଶା” ର ଶ୍ରାବ୍ୟ ସଂସ୍କରଣକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ ।ଉତ୍ସବରେ କଟକ ଜିଲ୍ଲା ପାଳ ଡକ୍ଟର ଭବାନୀ ଶଙ୍କର ଚଇନି,କଟକ ଡି ସି ପି ପିନାକ ମିଶ୍ର ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published.