ମଧୁପୁର ଗ୍ରାମପଞ୍ଚାୟତ ୭୫ତମ ସ୍ବାଧୀନତା ଦିବସରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଲା

ବାରଙ୍ଗ,(ନାଗରାଜ ନ୍ୟୁଜ): ସୋମବାର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ ଓ ସମ୍ବର୍ଦ୍ଧନା ସଭା ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମପଂଚାୟତ କାର୍ୟ୍ୟାଳୟ ପରିସରରେ ବାରଙ୍ଗ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ତୁଷାରକାନ୍ତ ଚକ୍ରବର୍ତୀଙ୍କ ସଭାପତିତ୍ବରେ ପାଳିତ ହୋଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବାରଙ୍ଗ ଶାନ୍ତି କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପାଣି, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ସୁନୀଲ ସିଂ ସମ୍ମାନୀତ ଅତିଥ୍‌ଭାବେ, ମଧୁପୁର ଗ୍ରାମପଂଚାୟତର ସମିତିସଭ୍ୟ ଯୁବନେତା ଶ୍ରୀଯୁକ୍ତ କିଶନ କୁମାର ଜେନା, ଶ୍ରୀବନ୍ତପୁର ଗ୍ରାମପଂଚାୟତର ସରପଂଚ ଶ୍ରୀଯୁକ୍ତ ସଂଜୟ ପାଣି, ସମିତି ସଭ୍ୟା ଶ୍ରୀମତୀ ମୋନାଲିସା ପ୍ରଧାନ, ଦାଢାପାଟଣା ଗ୍ରାମପଂଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ବନାନୀ ସାଇଁ, ମୁଣ୍ଡଳୀ ଗ୍ରାମପଂଚାୟତର ପ୍ରତିନିଧୁ ଶ୍ରୀଯୁକ୍ତ ଅଶ୍ବିନୀ ସାହୁ, କୁହ୍ନେଇପଡା ଗ୍ରାମପଂଚାୟତର ସରପଂଚ, ଶ୍ରୀମତୀ ରିତାଞ୍ଜଳୀ ସାମଲ, ଉଷୁମା ଗ୍ରାମପଂଚାୟତର ସରପଂଚଙ୍କ ପ୍ରତିନିଧୁ ଶ୍ରୀଯୁକ୍ତ ଯଚିନ୍ଦ୍ରନାଥ ସାହୁ, ବାରଙ୍ଗ ଜୋନ୍‌ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଅଜୟ କୁମାର ମୁଦୁଲି, ଏହି କାର୍ୟ୍ୟକ୍ରମରେ ରାମଦାସପୁର ଗ୍ରାମପଂଚାୟତର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଚଳିତ ବର୍ଷ ବର୍ଷ ବାରଙ୍ଗ ଜୋନର ସମସ୍ତ ୧୦ଗୋଟି ହାଇସ୍କୁଲରୁ ସର୍ବାଧିକ ମାର୍କ ରଖୁ ପାସ ହୋଇଥିବା ଛାତ୍ରୀ/ଛାତ୍ରଙ୍କୁ ସାଟିଫିକେଟ୍ ଓ ଟ୍ରଫି ପ୍ରଦାନ କରି ସମ୍ବଦ୍ଧିତ କରାଯାଇଥିଲା । ଏଥିରେ ବାରଙ୍ଗ ଅଂଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧୂଙ୍କୁ ମଧ୍ୟ ପ୍ରତିନିଧିଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଥିଲା ।

ଏତଦ୍ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା, ଯଥା : ସମାଜସେବା, କ୍ରୀଡାବିତ୍, ଚିକିତ୍ସକ, ଗବେଷକ, ରକ୍ତଦାତା, କଳାକାର, ଶିଳ୍ପପତି, ବରିଷ୍ଠ ପ୍ରଶାସକ, ପରିବେଶବିଦ୍, ସଫଳ ଚାଷୀ, ସାଧାରଣ ଜ୍ଞାନ ଆଦି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଉତୋରିୟ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ମୁଣ୍ଡମୁହାଣ ଗ୍ରାମର ରାଜେନ୍ଦ୍ର ରାଉତଙ୍କୁ ସମାଜ କ୍ଷେତ୍ରରେ ବାରଙ୍ଗ ଅଞ୍ଚଳର ବିଶିଷ୍ଟ ଡାକ୍ତର ଅର୍ଜୁନ ମହାରଣାଙ୍କୁ ଯୁବ ଶିଳ୍ପପତି, ବାରଙ୍ଗ ପ୍ରେସକ୍ଲବର ସଭାପତି ଲିଙ୍ଗରାଜ ରାଉତ, ସମ୍ପାଦକ ରୁଦ୍ର ନାରାୟଣ ଷଡ଼ଙ୍ଗୀ, ସାମ୍ବାଦିକ ପ୍ରକାଶ ଚନ୍ଦ୍ର ସାହୁ, କମଳାକାନ୍ତ ନାୟକ, ସଂଗ୍ରାମ କିଶୋର ଦାଶ, ସନ୍ତୋଷ ମଲ୍ଲିକ, ଦୁଷ୍ମନ୍ତ ଜେନା, ସେଖ୍ ଅବଦୁଲ ଖାଁ, ଲୋଚନ ମୁଦୁୁଲି, ଗୌତମ ରାଉତ ଓ ତୃଷାର ବେହାରୁଙ୍କୁ ମାନପତ୍ର ଦେଇ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ବେଲଗଛିଆ ଗ୍ରାମପଂଚାୟତର ସମିତି ଗାନ ସଭ୍ୟ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ , ସଂଯୋଜନା କରିଥିଲେ, ଏଥିରେ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ସୁଧାକର ପ୍ରଧାନ, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ସୁନୀଲ କୁମାର ସାଇଁ, ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଢଙ୍ଗୀ, ଦୀପକ ସାଇଁ, ଶ୍ରୀଯୁକ୍ତ ମଳୟ ଦାସ, ଆଦିତ୍ୟ ପାଳ, ଆଦି ସୁପରିଚାଳନା କରିଥିଲେ । ପରିଶେଷରେ ପଂଚାୟତର ସରପଂଚ ଶ୍ରୀମତୀ ସସ୍ମୀତା ଭୋଇ ଏହି କାର୍ୟ୍ୟକ୍ରମରେ ସମସ୍ତେ ସାମିଲ ହୋଇ ସହଯୋଗ କରି ଉତ୍ସବଟିକୁ ସାଫଲ୍ୟ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାଭଙ୍ଗ କରିଥିଲେ ।

Leave a Reply

Your email address will not be published.