ସାହିତ୍ୟ ଏକାଡେମୀ ଓ ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ” ଉତ୍ତର ଓଡ଼ିଶାର ଲୋକ ଭାଷା ” ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସାହିତ୍ୟ ଏକାଡେମୀ ଓ ପ୍ରାଣକୃଷ୍ଣ଼ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ” ଉତ୍ତର ଓଡ଼ିଶାର ଲୋକ ଭାଷା ” ସାହିତ୍ୟ କାର୍ଯ୍ୟକ୍ରମ ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟ କଲିକତାର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ଦେଇ ବାଲେଶ୍ଵର ଜିଲ୍ଲା ସାହିତ୍ୟର ଏକ ଉର୍ବର ସହର ବୋଲି ଅଭିହିତ କରିଥିଲେ । ଉଦ୍ଘାଟକ ଭାବେ ଦୀନ କୃଷ୍ଣ ସୃତି ପରିଷଦର ସମ୍ପାଦକ ଵିପିନ ଵିହାରି ବିଶ୍ବାଳ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ଆନ୍ତର୍ଜାତିକ ଖ୍ୟାତି ସଂପନା କବୀ ଓ ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ମନୋରମା ବିଶ୍ଵାଳ ମହାପାତ୍ର ଉତ୍ତର ଓଡ଼ିଶାର ଲୋକ ଭାଷା କିପରି ଲୋକଙ୍କ ପାଖରେ ବେଶ୍ ଆଦୃତ ଓ ଏହା ଆତ୍ମାର ଭାଷା ବୋଲି ଅଭିହିତ କରିଥିଲେ ଓ ପ୍ରାକ ସୂଚନା ଦେଇଥିଲେ । ସାମ୍ମାନିତ ଅତିଥି ଭାବେ ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଉତ୍କଳ ସମ୍ମିଳନୀର ସଭାପତି ଅଦ୍ଵୈତ ପାତ୍ର ଯୋଗ ଦେଇ ବାଲେଶ୍ଵର ଜିଲ୍ଲାର ଲୋକ ଭାଷା ଅତ୍ୟନ୍ତ ସରଳ, ଲୋକପ୍ରିୟ ଓ ଅତି ଆନନ୍ଦଦାୟକ ବୋଲି ଅଭିହିତ କରିଥିଲେ । ବିଶିଷ୍ଟ କବି ବିମଳ ଜେନା, ସୁସାହ୍ୟିତିକ ହୃଦାନନ୍ଦ ପାଣିଗ୍ରାହୀ, ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ଦୟାନିଧି ସାହୁ ଲୋକ ସାହିତ୍ୟ ଓ ଭାଷା ଉପରେ ଆଧାରିତ ସନ୍ଦର୍ଭ ପାଠ କରିଥିଲେ । କବି ଓ ଶିକ୍ଷକ ତଥା ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟ ସମ୍ପାଦକ ନଳିନୀ କାନ୍ତ ପାଢୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କବି ଵ୍ରଜେନ୍ଦ୍ର ନାଥ ଗିରି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ବର ପ୍ରଧାନ, ସାମ୍ବାଦିକ ପ୍ରତାପ ପାତ୍ର, ଅଧ୍ୟାପକ ସୁକାନ୍ତ ଗିରି, ସ୍ନେହଲତା ନାୟକ, ଡ କୃଷ୍ଣା କୁମାରୀ ନାୟକ, ସୁରେନ୍ଦ୍ର ପରିଡ଼ା, ସନ୍ୟାସୀ ବେହେରା ଓ ପିପିଲି ମହାବିଦ୍ୟାଳୟ ଜଗାଇର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ବାଲିଆପାଳର ଅଧ୍ୟାପକମାନେ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସୁପରିଚାଳନା କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.