ଜ୍ବାଇଁର ଭୁଜାଲି ଆକ୍ରମଣରେ ଶ୍ବଶୁର ମୃତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଜ୍ବାଇଁର ଭୁଜାଲି ଆକ୍ରମଣରେ ଶ୍ବଶୁର ମୃତ । ଏପରି ଏକ ଘଟଣା ଘଟିଯାଇଛି ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ । ଖବର ସଂଗ୍ରହରୁ ଜଣାପଡିଛି କୁଶୁଡା ଗ୍ରାମର ଶ୍ବଶୁର ସୁଶାନ୍ତ ମହୁରୀକୁ ଜ୍ବାଇଁ ଭୁଜାଲିରେ ଆକ୍ରମଣ କରିବାରୁ ତା’ର ମୃତ୍ୟୁ ହୋଇଛି । ଶାଶୁ ଗୌରୀବାଳା ମହୁରୀ ଓ ଝିଅ ମଧ୍ୟ ଗୁରୁତର ହୋଇ ଜଳେଶ୍ବର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଶାଶୁ ଗୌରୀବାଳା ମହୁରୀ ପ୍ରକାଶ କରିଛନ୍ତି । ଆକ୍ରମଣର ପ୍ରକୃତ ଘଟଣା ଵିଷୟରେ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.