ବାଲିସାହି ବସ୍ତିରେ ବନ୍ୟା ପାଣି ପ୍ରବେଶ

କଟକ,(ନାଗରାଜ ନ୍ୟୁଜ): ବାଲିସାହି ବସ୍ତି ରେ ବନ୍ୟା ପାଣି ପ୍ରବେଶ I ମେୟର ସୁବାସ ସିଂହ ଓ ଡେପୁଟି କମିଶନର ଅଜୟ ମହାନ୍ତି ପାଣି ପଶିଥିବା ବାଲିସାହି ବସ୍ତି ର ସ୍ତିତି ପରଖିଲେ I ଆଜି ଅପରାହ୍ନ ରେ କାଠଯୋଡ଼ି କୁଳ ରେ ଅବସ୍ତିତ ବାଲିସାହି ବସ୍ତିରେ ବନ୍ୟା ଜଳ ପ୍ରବେଶ କରିବାର ଖବର ପାଇଁ ମାନ୍ୟବର ମେୟର ସୁବାସ ସିଂହ ତତକ୍ଷଣତାତ ବାଲିସାହି ବସ୍ତି ରେ ପହଂଚି ଥିଲେIସାଙ୍ଗରେ କଟକ ମହାନଗର ନିଗମ ଅଧିକାରୀ ଅଜୟ ମହାନ୍ତି ଓ ଶ୍ୱେତପଦମା ଶତପଥି ଥିଲେ I ବସ୍ତି ବାସିନ୍ଦାଙ୍କ ସମସ୍ତ ପ୍ରକାର ଅସୁବିଧା କୁ ହୃଦୟଙ୍ଗମ କରି ମାନ୍ୟବର ମେୟର ସୁବାସ ସିଂହ ସେମାନଙ୍କର ଖାଇବା ଓ ରହିବା ବ୍ୟବସ୍ତାର ଆୟୋଜନ କରିଥିଲେ I

ପ୍ରାୟ ୧୦୦୦ ବନ୍ୟା ଜଳରେ ଆତଙ୍କିତ ବସ୍ତି ବାସିନ୍ଦା ସ୍ଥାନୀୟ ସାର୍ଥଳ ପ୍ରାଥମିକ ବିଦ୍ୟାଳୟ ଓ ପୋପରଦା ଉଚ୍ଚ ବିଦ୍ୟାଳୟ ରେ ହୋଇ ଥିବା ଆଶ୍ରୟ ସ୍ଥଳ କୁ ବସ ଯୋଗେ ମେୟର ଙ୍କ ଉପସ୍ତିତି ରେ ସ୍ଥାନାନ୍ତର କରାଯାଇଥିଲା I ଆଶ୍ରୟ ସ୍ଥଳର ପରିସ୍କାର ପରିଚ୍ଛର୍ଣ୍ଣତା , ରାତ୍ରି କାଳୀନ ଆଲୋକ ବବ୍ୟସ୍ଥା , ପାନୀୟ ଜଳ ର ସୁବିଧା ଉପସ୍ଥିତ ଅଧିକାରୀ ମାନେ ଦାଇତ୍ୱ ର ସହ ମେୟର ଙ୍କ ଉପସ୍ତିତିରେ କରାଇଥିଲେ I ଉକ୍ତ ସମୟରେ ୩୮ନମ୍ବର ୱାର୍ଡ ର କର୍ପୋରେଟର ସୁବାସିସ ପଟ୍ଟନାୟକ ୫୦ ନମ୍ବର ୱାର୍ଡ କର୍ପୋରେଟର ସନ୍ତୋଷ ବଳ ରାଜୀବ ମହାନ୍ତି ସ୍କୁଲ ପରିଚାଳନା କମିଟି ସଦସ୍ୟ ବାଲିସାହି ବସ୍ତି ବାସିନ୍ଦା ସନାତନ ବେହେରା , ସହଦେଵ ବେହେରା ,ତୁଳସି ବେହେରା , ଦେବେନ୍ଦ୍ର ପାଣିଗ୍ରାହୀ ଇତ୍ୟାଦି ଉପସ୍ଥିତ ଥିଲେ I

Leave a Reply

Your email address will not be published.