ଭୁବନେଶ୍ବର ବ୍ଲକ ଲେବଲ୍ ଲିଟରଚର ପ୍ରତିଯୋଗିତା ଉଦଯାପିତ

ଚନ୍ଦକା,(ନାଗରାଜ ନ୍ୟୁଜ): ଆଜାଦ୍ କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶ ଆଜି 75 ତମ ସ୍ୱାଧୀନତା ଦିବସ ପାଳନ କରିଛି. | ଏହି ଅବସରରେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ତରଫରୁ ଦାରୁଠେଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ. ଭୁବନେଶ୍ବର ବ୍ଲକର କୋଡ଼ିଏ ଗୋଟି ଗ୍ରାମ ପଞ୍ଚାୟତର 52 ଟି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନକୁ ନେଇ ଅବସରରେ ଏକ ଲିଟରଚାରି ପ୍ରତିଯୋଗିତା ଅନୁଷ୍ଟିତ ହେଉଥିଲା | ବକ୍ତୃତା. ସାଧାରଣଜ୍ଞାନ .ଚିତ୍ରାଙ୍କନ. ଗୀତ ଓ ଦେଶଓ ମାଟି ଉପରେ ଆଧାରିତ ମେଳ ନାଚ ..ଅନୁଷ୍ଟିତ ହେଉଥିଲା |ପୁରସ୍କାର ବାବଦରେ ପ୍ରଥମ କୁ ପାଞ୍ଚ ହଜାର ଟଙ୍କା. ମାନପତ୍ର. ପରିଚୟ ପତ୍ର. ଦ୍ୱିତୀୟ କୁ ତିନି ହଜାର ଟଙ୍କା. ମାନପତ୍ର. ପରିଚୟ ପତ୍ର ଓ ତୃତୀୟ କୁ ଦୁଇ ହଜାର ଟଙ୍କା. ମାନପତ୍ର. ପରିଚୟ ପତ୍ର ଦିଆଯାଇଥିଲା | ପ୍ରଧାନ ଶିକ୍ଷୟିତ୍ରୀ କାନ୍ତିଲତା ଲେଙ୍କା ସଭାପତିତ୍ୱ କାଟିଥିଲେ |

ବିଦ୍ୟାଳୟ ର ଆଲୁମିନିଅମ୍ ସମ୍ପାଦକ ତପନ କୁମାର ବଳିଆରସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ | ସରପଞ୍ଚ ତପନ କୁମାର ଚକ୍ରବ୍ରତୀ ବିଦ୍ୟାଳୟ ଓ ଗ୍ରାମ ପଞ୍ଚାୟତ ସମସ୍ୟା ଉପରେ ଆଲୋଚନା କରିଥିଲେ | ମୁଖ୍ୟ ଅତିଥି ଭାବରେ. ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ.. ଜଟଣି ନିର୍ବାଚନ ମଣ୍ଡଳୀ ବିଧାୟକ ସୁରେଶ କୁମାର ରାଉତରାୟ. ଭୁବନେଶ୍ବର ଗୋଷ୍ଟୀ ଉନ୍ନୟନ ଅଧିକାରୀ ସମ୍ପଦ କୁମାର ଦଳାଇ.. ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ. ବ୍ଲକ ଉପାଧ୍ୟକ୍ଷ ଅଜିତ୍ କୁମାର ଶ୍ରୀଚନ୍ଦନ. ଆଦି ଉପସ୍ଥିତ ରହି ପିଲା ମାନକୁ ଆଗାମି ଦିନ ପାଇଁ ବଡ଼ ହେବାର ସ୍ୱପ୍ନ ଦେଖାଇ ଥିଲେ | ପୁର୍ବତନ ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର ମିଶ୍ର ସାରକୁ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥି ଫୁଲ ତୋଡ଼ାସହ ସମ୍ମାନିତ କରିଥିଲେ | ର୍ପିଣ୍ଡିକ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ |ଦାରୁଠେଙ୍ଗ ଗ୍ରାମବାସି ଓ କୋଡ଼ିଏ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ. ସମିତି ସଭ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ | ଗୁରୁ ବିଚିତ୍ରା ନନ୍ଦ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ |

 

Leave a Reply

Your email address will not be published.