ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ଠାରେ ଯୁଗ୍ମ ଜନଶୁଣାଣୀ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଗତକାଲି ସୁନ୍ଦରଗଡ଼ ଜିଲ୍ଲା ର କୁତ୍ରା କଲ୍ୟାଣ ମଣ୍ଡପ ଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗହର୍ଷଦଗଭାଲି ଏବଂ ଏସ୍ ପି ସାଗରିକାନାଥଙ୍କ ଉପସ୍ଥିତି ରେ ସାଧାରଣ ଲୋକଙ୍କ ଅଭିଯୋଗ ର ଜନଶୁଣାଣୀ କରାଯାଇଥିଲା ।ଏହିଜନଶୁଣାଣୀରେ ମୋଟ ୫୭ଟି ଅଭିଯୋଗ ଆସିଥିବା ବେଳେ, ସେଥିମଧ୍ୟରୁ ୮ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ ତୁରନ୍ତ କରିବାପାଇଁ ବିଭାଗିୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷ କରି ବିଧବା ଏବଂବାର୍ଦ୍ଧକ୍ୟଭତ୍ତା, ରୋଡ଼ ରାସ୍ତା, ପାନୀୟ ଜଳ, ସ୍କୁଲ, ଅଙ୍ଗନବାଡ଼ି, ବିଦ୍ୟୁତ ସମସ୍ୟା ପରି ବହୁ ଅଭିଯୋଗମାନ ଆସିଥିଲା । ଅନ୍ୟ ପକ୍ଷରେ ପେଣ୍ଡାତିର୍କୀ ନାମକ ଜଣେ ବ୍ୟକ୍ତି ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ପ୍ରଶାସନ ଜରିଆରେ ଆବେଦନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଆସିଥିବା ସହାୟତା ରାଶି ତାଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବୁଡାକଟା ଆଦର୍ଶ ବିଦ୍ୟାଳୟ କୁ ମଧ୍ୟ ଜମିପଟ୍ଟା ପ୍ରଦାନ କରାଯାଇଥିଲା । ରାଜଗାଙ୍ଗପୁର ବିଧାୟକ ଡଃ ସିଏନରାଜନ ଏକ୍କା, ସୁନ୍ଦରଗଡ଼ ପିଡିଡିଆରଡିଏ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବସିଙ୍ଗ୍ ପଟେଲ୍, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଡେପୁଟି କଲେକ୍ଟର କୁନ୍ତୀ ରାଣୀ ନାୟକ, ଆଦିବାସୀ ଉନ୍ନୟନ ସଂସ୍ଥା ର ଅଧିକାରୀ ରାମକୃଷ୍ଣଗଣ୍ଡ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଅଭିମନ୍ୟୁ ପ୍ରଧାନ, ଏବଂ କୁତ୍ରା ବିଡ଼ିଓ ସୁରେନ୍ଦ୍ର କୁମାର ସେଠୀଙ୍କ ସହିତ ଅନ୍ୟାନ୍ୟ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନା

Leave a Reply

Your email address will not be published.