ଧରିତ୍ରୀ ସମ୍ମାନରେ ସମ୍ମାନୀତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସମାଜ ପାଇଁ କିଛି ତ୍ୟାଗ ଓ ସେବା ହିଁ ହେଉଛି ମନୁଷ୍ୟର ପ୍ରକୃତ ମଣିଷ ପଣିଆ l ଏହି ଉକ୍ତିକୁ ବାସ୍ତବ ରୂପ ଦେଇ ସମସ୍ତଙ୍କ ଆଦର୍ଶ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଂଚାୟତ ଦଧିସିଂହା ଗାଁ ର ବିଷ୍ଣୁ ଚରଣ ସାହୁ ଙ୍କ ବଡ଼ ଝିଅ ଅଙ୍କିତା ସାହୁ l ନାରୀ ଶକ୍ତିକୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ରହିଛି ଆପ୍ରାଣ ଉଦ୍ୟମ ଏବଂ ନିଃସ୍ୱାର୍ଥପର ତ୍ୟାଗ l କରୋନା ଭଳି ଜରୁରୀ ପରିସ୍ଥିତିରେ ବେସାହାରାର ସାହାରା ସାଜିଥିଲେ ଅଙ୍କିତା l ଜିଲ୍ଲାରେ ଟେଇଟର କ୍ଲବ ଗଠନ କରି ନିଜ ଜିଲ୍ଲା ତଥା ଜିଲ୍ଲା ବାହାର ସମସ୍ୟାର ସମାଧାନ କରୁଛନ୍ତି । ଦୀର୍ଘ ୮ ବର୍ଷ ହେବ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ୠତୁସ୍ରାବ ଜନିତ ସ୍ୱଚ୍ଛତା ଉପରେ ସଚେତନ କରିବା ସହ ସାନିଟାରୀ ନାପକୀନ ବଣ୍ଟନ କରୁଛନ୍ତି । ତାଙ୍କର ଏହିଭଳି ସେବା ମନୋବୃତ୍ତି ପାଇଁ କଟକ ର ଶ୍ରୀକୃଷ୍ଣ ଫାଉଣ୍ଡେସନ ତରଫରୁ କଟକ ଠାରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଉତ୍ସବରେ ତାଙ୍କୁ ‘ଧରିତ୍ରୀ ସମ୍ମାନରେ ସମ୍ମାନିତ ‘ କରାଯାଇଛି l ଯାହାକି ସମଗ୍ର ଢେଙ୍କାନାଳ ବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି  l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.