ପୁରୀରେ ବଢ଼ିବାରେ ଲାଗିଛି ବାଲି ମାଫିଆଙ୍କ ପାର୍ଦୁଭାବ

ପୁରୀ,(ନାଗରାଜ ନ୍ୟୁଜ ): ଦିନକୁ ଦିନ ବାଲି ମାଫିଆଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ପୁରୀ ଜିଲ୍ଲାରେ କେଉଁଠି ଦିନ ଦ୍ବିପହରେ ବାଲିଚୋରି ହେଉଛି ତ ଆଉ କେଉଁଠି ରାତିରେ କୋଟି କୋଟି ଟଙ୍କା ବାଲି ଚୋରି କରାଯାଉଛି । ପୁରୀ କୋଣାର୍କ ରୋଡ ତୋଟାବେହେରା ସାହି ଛକ ନିକଟରେ ଦୁର୍ବୃତ୍ତ ମାନେ ବେଆଇନ ବାଲି ଚାଲାଣ କରୁଥିବାବେଳେ ପୁରୀ ମେରାଇନ ଥାନା ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଚାରୋଟି ହାଇୱା ଟ୍ରକ ସାହାଯ୍ୟରେ ବେଆଇନ ଭାବେ ବାଲି ଚୋରି କରୁଥିବାବେଳେ ମେରାଇନ ଥାନା ପୋଲିସ ଖବର ପାଇ ୪ ଟି ହାଇୱା ଟ୍ରକ କୁ ଜବତ କରିବା ସହ ଚାରି ଜଣ ଦୃର୍ବୁତ୍ତଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି ଦିଲ୍ଲୀପ କୁମାର ମହାନ୍ତି, କୃଷ୍ଣଚନ୍ଦ୍ର ବେହେରା, ହରମୋହନ ରାଉତ ଓ ଗୋବିନ୍ଦ ସ୍ୱାଇଁ ।

Leave a Reply

Your email address will not be published.