ସରିଲା ୯ ଘଣ୍ଟାର ରେସକ୍ୟୁ  ଅପରେସନ

କଟକ,(ନାଗରାଜ ନ୍ୟୁଜ): ସରିଲା ୯ ଘଣ୍ଟାର ରେସକ୍ୟୁ  ଅପରେସନ। ଶେଷରେ ଉଦ୍ଧାର ହେଲେ ପାଣି ଘେରରେ ଫସିଥିବା ଗତିରାଉତପାଟଣା ଆବାସିକ ସ୍କୁଲର ଛାତ୍ରଛାତ୍ରୀ । ବିଳମ୍ବିତ ରାତିରେ ଖୋଦ କଟକ ଡିସିପି ଓ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲେ । ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫର ମିଳିତ ଉଦ୍ୟମରେ ସମସ୍ତ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପାଣି ଆସିବା ପୂର୍ବରୁ କାହିଁକି ପିଲାଙ୍କୁ ସ୍କୁଲରୁ ସ୍ଥାନାନ୍ତରିତ କରାଗଲା ନାହିଁ, ଏ ଦିଗରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଯଦି ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ତ୍ରୁଟି ରହିଥାଏ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରକାଶଥାଉ କି, ମୋଟ ୫୫୮ ଛାତ୍ରଛାତ୍ରୀ ଓ ୮୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ବନ୍ୟାଜଳ ଘେରରେ କେଶବ ଧାମ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲରେ ଫସି ରହିଥିଲେ । ମହାନଦୀରେ ବଢି ପାଣି ଆସିବା ପରେ ସ୍କୁଲ ଜଳବନ୍ଦୀ ଅବସ୍ଥାରେ ରହିଥିଲା। ପାଣି ଘେରରେ ଥିବା ଛାତ୍ରଛାତ୍ରୀଙ୍କ ସହ କିଛି ବୃଦ୍ଧ ବୃଦ୍ଧାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା ୧୧ଟି ବୋଟ ।

Leave a Reply

Your email address will not be published.