କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସାହିତ୍ୟର ଉନ୍ନତି ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ନିଜସ୍ୱ ଉଦ୍ୟମରେ ଅବିରାମ ଗତିରେ ଗନ୍ତବ୍ଯ ପଥରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଗଳ୍ପ, ପ୍ରବନ୍ଧ, କବିତା ଓ ଓଡିଆ ମାନଙ୍କ ପର୍ବପର୍ବାଣୀକୁ ନେଇ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପ୍ ଦ୍ବାରା ଅନୁଷ୍ଠିତ ହୋଇଥାଏ । ପ୍ରତିମାସ ୧ ତାରିଖରେ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବେଳେବେଳେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରିଥାଏ ଅନୁଷ୍ଠାନ । ଏହି ଅବସରରେ ଚଳିତ ମାସ ତା ୧୧/୮/୨୨ ରିଖ ଗୁରୁବାର ପବିତ୍ର ରକ୍ଷା ବନ୍ଧନ ଦିବସ ଉପଲକ୍ଷେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ କବିତା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, କବିତା ସାହୁ, ଜୟପୁର, କୋରାପୁଟ, ବଳରାମ ଜେନା, ତୋଟାପଡା, ଖୋର୍ଦ୍ଧା, ମଧୁସ୍ମିତା ସାହୁ, ବ୍ରହ୍ମପୁର, ଗଞ୍ଜାମ ଓ ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ ପ୍ରମୁଖ ମୁଖ୍ୟ ସ୍ଥାନରେ ଥିଲେ । କବିତାର ଶୀର୍ଷକ ଥିଲା- ” ରାକ୍ଷୀ ବାନ୍ଧିବା କାହିଁକି ” ।

ପବିତ୍ର ରକ୍ଷା ବନ୍ଧନ ଦିବସ ଉପଲକ୍ଷେ ସୁନ୍ଦର କବିତା ରଚନା କରି ଅନୁଷ୍ଠାନକୁ ସରସ ସୁନ୍ଦର କରି ଗଢି ତୋଳିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଉପରୋକ୍ତ କବି କବୟିତ୍ରୀ ମାନେ । ସୁନ୍ଦର ସୃଷ୍ଟି ନିମନ୍ତେ କବି କବୟିତ୍ରୀ ମାନଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ । ଆଜି ଅର୍ଥାତ ତା ୧୭/୮/୨୨ ରିଖ ବୁଧବାର କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପ୍ରକାଶ ଥାଉକି- କବିତା ଗୁଡିକୁ ସମୀକ୍ଷା କରିଥିଲେ ସୁ-କବୟିତ୍ରୀ, ସୁ-ସାହିତ୍ଯିକା ତଥା ବାଲେଶ୍ଵର ସ୍ଥିତ ବାଲିଆ ଶିଶୁ ମନ୍ଦିରର ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ । ଏଥିରେ କୋରାପୁଟ ଜିଲ୍ଲା ଜୟପୁରର କବୟିତ୍ରୀ କବିତା ସାହୁ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ସାହିତ୍ୟ ଜଗତରେ ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ତାଙ୍କର ଲେଖନୀ ମୁନରୁ ସୃଷ୍ଟି ସାହିତ୍ୟକୁ ହୃଦୟର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ । ଶ୍ରୀମତୀ ପାଣିଗ୍ରାହୀଙ୍କ ସୁନ୍ଦର ସମୀକ୍ଷାକୁ ଅଭିନନ୍ଦନ ଜଣାଇଛନ୍ତି ସମ୍ପାଦକ । ଆଗାମୀ ଦିନରେ ବିଶ୍ବ ସାହିତ୍ୟ ଜଗତରେ କିପରି ସୁନାମ ଅର୍ଜନ କରି ସାହିତ୍ୟକୁ ଉନ୍ନତି ପଥରେ ଆଗେଇ ନେବେ ସେଥିପାଇଁ ପରାମର୍ଶ ଦେଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଶ୍ରୀମତୀ ସାହୁଙ୍କୁ । ଭଗବାନଙ୍କ ନିକଟରେ ପ୍ରାର୍ଥନା ଶ୍ରୀମତୀ ସାହୁଙ୍କ ସାହିତ୍ୟ ଜୀବନ ଚଲାପଥ କୁସୁମିତ ଏବଂ ଦୀର୍ଘସ୍ଥାୟୀ ହେଉ । ହଁ ମନେରଖନ୍ତୁ, ଚଳିତ ବର୍ଷ ଡିସେମ୍ବର ମାସ ୨୫ ତାରିଖ ଦିନ ୩ୟ ବାର୍ଷିକ ଉତ୍ସବରେ ଆପଣଙ୍କୁ ସମ୍ବର୍ଦ୍ଧିତ କରିବ ଅନୁଷ୍ଠାନ। ନିଶ୍ଚୟ ଆସିବାକୁ ଆପଣଙ୍କୁ ଅନୁରୋଧ ରହିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.