ଛିଡା ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ କଟିପୋଲ ନିକଟରେ ବିଳମ୍ବିତ ରାତିରେ ଘଟିଛି ସଡ଼କ ଦୁର୍ଘଟଣା । ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ପୁରୀ ଯାଉଥିବା ବସଟି ଛିଡ଼ା ହୋଇଥିବା ବେଳେ ପଛରୁ ଧକ୍କା ଦେଲା ଟ୍ରକ । ଜଣେ ମୃତ ତିନିରୁ ଅଧିକ ଆହତ । ସୂଚନା ଅନୁସାରେ ରାତି ୩.୩୦ ମିନିଟ ସମୟରେ ପୁରୀ ଯାଉଥିବା ରାଜଲକ୍ଷ୍ମୀ ( WB 29B 9883) ବସଟିର ଚକା ପମ୍ପଚର ହେବାରୁ‌ ଡ୍ରାଇଭର ଗାଡ଼ିକୁ ପାର୍ଶ୍ଵରେ ରଖି ଗାଡିର ଚକ ପରିବର୍ତ୍ତନ କରୁଥିଲେ । ଯାତ୍ରୀମାନେ ବସରୁ ଓହ୍ଲାଇ ଏଣେତେଣେ ବୁଲୁଥିଲେ ।ଏହି ସମୟରେ ପଛପଟୁ ( WB 23F 6573)ଟ୍ରକ ବାଡେଇ ଥିଲା । ଘଟଣାସ୍ଥଳରେ ଛିଡ଼ା ହୋଇଥିବା ମହିଳା ଜଣକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ତିନି/ଚାରି ଜଣ ଯାତ୍ରୀ ଆହତ ହୋଇଥିବା ଖବର ସଂଗ୍ରହରୁ ଜଣାପଡିଛି ।ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଶ୍ୟାମପୁର ଥାନା ଆଇମା ଗୋବର୍ଦ୍ଧନ ଅଞ୍ଚଳର ମମତା ଢ଼ିଙ୍କି (୪୫)। ଖବରପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇ ଉଭୟ ଟ୍ରକ ଓ ବସକୁ ଜବତ କରିବା ସହିତ ସହିତ ଉଭୟ ଡ଼୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.