ଜ୍ଞାନ ବିଜ୍ଞାନ ମେଳା

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଜ୍ଞାନ ଓ ବିଜ୍ଞାନ ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ସିବିଇଓ ଶ୍ରୀମତି ନମିତା ପାଣିଗ୍ରାହୀ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ରବୀନ୍ଦ୍ର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ମାଧବ ଚନ୍ଦ୍ର ମହାପାତ୍ର ପରିଚାଳନା ସମିତିର ସଦସ୍ୟ ଦୀନବନ୍ଧୁ ତ୍ରିପାଠୀ ଉପସ୍ଥିତ ଥିଲେ । ଏହି ଅବସରରେ ଶିଶୁ ବର୍ଗ ଓ କିଶୋର ବର୍ଗରେ ବିଜ୍ଞାନ ପ୍ରକଳ୍ପ ବିଜ୍ଞାନ ପ୍ରୟୋଗ ଓ ଗଣିତ ପ୍ରକଳ୍ପ. ପ୍ରୟୋଗ. ଓ ପତ୍ରବାଚନ ଓ ଆଚାର୍ୟ୍ୟ ପତ୍ରବାଚନ ଇତ୍ୟାଦି ପ୍ରତିଯୋଗୀତାରେ ୨୦୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ବୈଶାଳୀ ମହାପାତ୍ର । ସଭା କାର୍ୟ୍ୟ ଶେଷରେ ବିଜ୍ଞାନ ସାଂସଦର ଛାତ୍ର ସତ୍ୟଜୀତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.