ବଡମ୍ବା ଭାଲୁବେହେରାଣି ହାତୀ କଙ୍କାଳ ଘଟଣାରେ ୩ ଗିରଫ

କଟକ,(ନାଗରାଜ ନ୍ୟୁଜ): ବଡମ୍ବା ଭାଲୁବେହେରାଣି ହାତୀ କଙ୍କାଳ ଘଟଣାରେ ୩ ଜଣକୁ ଗିରଫ କଲା ବନବିଭାଗ । ବାରାହା ଶିକାର ପାଇଁ ବିଛା ଯାଇଥିବା କରେଣ୍ଟରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଲେ ଡିଏଫ୍ଓ । ଗିରଫ ୩ ଜଣ ସେହି ଗାଁର । ଏହି ୩ଜଣକ ଭିତରୁ ଜଣେ ହାତୀର ଦାନ୍ତ କାଟିଥିବା ଜଣାପଡିଛି । ଏବେ ପ୍ରଶ୍ନ ଉଠୁଛି ହାତୀ ଦାନ୍ତ ଗଲା କୁଆଡେ । ଦାନ୍ତ ରଖିଥିବା ଅଭିଯୁକ୍ତକୁ ଖୋଜୁଛି ବନବିଭାଗ ।

Leave a Reply

Your email address will not be published.