ଶିଶୁ ଭବନ ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ ସିଂହ ଇଂ କମିଶନର ନିଖିଳ ପବନ କଲ୍ୟାଣ

କଟକ, (ନାଗରାଜ ନ୍ୟୁଜ): ଆଜି ଅପରାହ୍ନରେ ଓଡ଼ିଶାର ସର୍ବ ବୃହତମ ଶିଶୁ ଚିକତ୍ସା କେନ୍ଦ୍ର ଶିଶୁ ଭବନର ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ ସିଂହ ଏବଂ କଟକ ମହାନଗର ନିଗମ କମିଶନର ନିଖିଳ ପବନ କଲ୍ୟାଣ I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉଦ୍ୟମରେ ୧୧୬ କୋଟି ଟଙ୍କା ବିନିମୟରେ ବ୍ରିଜ ଏବଂ ରୂଫ କମ୍ପାନୀ ଜରିଆରେ ୬୦୦ ବେଡ଼ର ଡାକ୍ତରଖାନା , ୧୨୪ ବେଡ଼ ବିଶିଷ୍ଟ ପୋଷ୍ଟ ଗ୍ରାଜୁଏଟ ଛାତ୍ରଙ୍କ ପାଇଁ ଉଦିଷ୍ଟ ହଷ୍ଟେଲ , ପୋଖରୀ ର ନବୀକରଣ , ପରିପାର୍ଶ୍ଵିକ ବିକାଶ , ରିଙ୍ଗ ରୋଡ କୁ ସଂଯୋଗ କରି ଏ ମୁଖ୍ୟ ଫାଟକ ନିର୍ମାଣ କରାଯାଉଅଛି I ଶିଶୁ ଭବନ ଅଧକ୍ଷ ପ୍ରଫେସର ଜ୍ଞାନରଞ୍ଜନ ବେହେରା , ଡେପୁଟି ସୁପେରିଦେଣ୍ଡେଣ୍ଟ ପ୍ରଫେସର ଡ୍ର ବବଲିନା ମହାନ୍ତି , ପ୍ରଶାସନିକ ଅଧିକାରୀ ସୁନିତା ସିଂ, ପୂର୍ତ ବିଭାଗ ସୁପରିଟେଡ଼େଣ୍ଟ ପ୍ରବାସ ମାଝୀ , ଦେବବ୍ରତ ମହାନ୍ତି, ଡେପୁଟି କମିଶନର ଅଜୟ ମହାନ୍ତି , ସୁବା ରାଓ , ଡ୍ର ସତ୍ୟବ୍ରତ ମହାପାତ୍ର ପ୍ରମୁଖଙ୍କ ଉପସ୍ତିତିରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମେୟର ଓ କମିଶନର ପୁଙ୍ଖନୁପୁଙ୍ଖ ଭାବରେ ପଚାରିବୁଝିଥିଲେ I ଏବଂ ଖୁବ ଶୀଘ୍ର ଏହି କାର୍ଯ୍ୟ ସମାପ୍ତ କରିବାକୁ ମଧ୍ୟ ତାଗିଦ କରାଯାଇଥିଲା I

ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର ବାସଗୃହର ସୁବିଧା, ନର୍ସିଙ୍ଗ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବାସଗୃହର ସୁବିଧା ଏବଂ ରୋଗୀମାନଙ୍କ ସମ୍ପର୍କୀୟ ମାନେ ରହିବା ପାଇଁ ସ୍ୱତନ୍ତ୍ର ଘର ପ୍ରଭୃତି ତିନୋଟି ନୂଆ ବିଲଡିଂ ନିର୍ମାଣ ପାଇଁ ମେୟର ଓ କମିଶନର ପ୍ରସ୍ତାବ ଦେବା ସହିତ ଖୁବ ଶୀଘ୍ର ସ୍ପଷ୍ଟ ବିଭାଗ ଜରିଆରେ ଏହାର ନକ୍ସା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି I ହସ୍ପିଟାଲ ଭିତରେ ସ୍ୱତନ୍ତ୍ର ଡ୍ରେନ ନିର୍ମାଣ, ଜଳ ଯୋଗାଣ ଉପରେ ଅଗ୍ରାଧିକାର ଦିଆଯିବ I ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ତୁରନ୍ତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି I ନୂତନ ନିର୍ମାଣ ଗୃହ, ପୁରୁଣା ହସ୍ପିଟାଲ, ବର୍ଜ୍ୟ ବସ୍ତୁ ପଡିଥିବା ସ୍ଥାନ, କାଜୁଆଲିଟି ପ୍ରଭୃତି ମେୟରଙ୍କ ସହିତ ସମସ୍ତ ଅଧିକାରୀ ବୁଲି ଦେଖିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ କର୍ପୋରେଟର ଆରତୀ ସାହୁ, ବିଜୟ ବେହେରା, ରାଜୀବ ମହାନ୍ତି, ଜଗନ୍ନାଥ ସ୍ୱାଇଁ, ଦେବେନ୍ଦ୍ର ପାଣିଗ୍ରାହୀ, କାଳିଚରଣ ପାଣିଗ୍ରାହୀ, ମାଷ୍ଟର ଜ୍ଜନ ଆଶିଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published.