ବାରଙ୍ଗର ନେତଲ ଗ୍ରାମରେ ହାତୀ, ଲୋକେ ଭୟଭୀତ

ବାରଙ୍ଗ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଓଡ଼ିିଶାଇ ନେତଲ ଗ୍ରାମରେ ଆଜି ସକାଳୁ ଗୋଟିଏ ଦନ୍ତା ହାତୀ ପଶି ବହୁ କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଥିଲା । ଗାଁରେ ପଶି ଉତ୍ପାତ କରିବା ସହ ବହୁ ଲୋକଙ୍କ କାନ୍ଥ ଓ ପାଚେରୀ ଭାଙ୍ଗି ଦେଇଥିଲା । ଏସବୁ ଦେଖିବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗୋଟେ ପଟେ ବନ୍ୟା ପରିସ୍ଥିତି ଅନ୍ୟପଟେ ହାତୀ ଉପଦ୍ରବକୁ ନେଇ ଗାଁ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତିି । କିନ୍ତୁ ହାତୀ ଆକ୍ରମରେ କେହି ଆହତ ହୋଇଥିବାର ସୂଚନା ହସ୍ତଗତ ହୋଇନାହିଁ । ତଥାପି ବନ୍ୟା ସମୟରେ ଗାଁରେ ହାତୀ ଉପଦ୍ରବ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published.