ବାଲିଯାତ୍ରା ବର୍ଷ ପ୍ରସ୍ତୁତି ବୈଠକ

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତି ବିଭାଗ ମିଳିତ ଆନୁକୁଲ୍ୟରେ ଆଜି ଶନିବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ମୃତି ସଦଭାବନା ହଲ ଠାରେ ଆସନ୍ତା ନଭେମ୍ବର 8 ତାରିଖ ଠାରୁ ଆରମ୍ଭ ହୋଇ ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ୍ବ ଧରି ଅନୁଷ୍ଠିତ ହେବାକୁ ଥିବା । ବାଲିଯାତ୍ରା 2022 ବର୍ଷ ପାଇଁ ଏକ ପ୍ରସ୍ତୁତି କମିଟିର ବୈଠକ ହୋଇଯାଇଛି । ସି ଡି ଏ ର ଉପାଧ୍ୟକ୍ଷ ତଥା ପୂର୍ବତନ ଆର ଡି ସି ଶ୍ରୀ ଅନୀଲ କୁମାର ସାମଲ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦୀର୍ଘ ଦୁଇ ବର୍ଷ କାଳ କରୋନା କଟକଣା ଯୋଗୁଁ ବାଲିଯାତ୍ରା ଉତ୍ସବ କୁ ସ୍ଥଗିତ ରଖା ଯାଇଥିଲା। ଚଳିତ ବର୍ଷ ବାଲିଯାତ୍ରାରେ କୌଣସି କଟକଣା ନଥିବାରୁ ଏହାକୁ ମହା ସମାରୋହରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ବିଶେଷ କରି ବାଲିଯାତ୍ରାରେ 5 ଲକ୍ଷ ରୁ ଉର୍ଦ୍ଧ୍ବ ଜନ ସମାଗମ ଦୃଷ୍ଟିରୁ ଏହାକୁ ଶୃଙ୍ଖଳିତ ଭାବରେ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ବିଶେଷ କରି ଆଜି ବୈଠକରେ ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା,ବ୍ୟବସାୟୀ ମାନଙ୍କ ଜମି ଆବଣ୍ଟନ ବ୍ୟବସ୍ଥା ଏବଂ ସାଂସ୍କୃତିକ କାର୍ଯ୍ୟ କ୍ରମ ସମ୍ପର୍କ ରେ ବୈଠକ ରେ ଆଲୋଚନା କରାଯାଇଥିଲା।ବିଶେଷ କରି 424 ଏକର ପରିମିତ ଜାଗାରେ ବାଲିଯାତ୍ରା ଅନୁଷଠିତ ହେବ। ସି ସାର୍ ନିକଟରେ ପାର୍କିଂ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବରେ ଜମି ଚିହ୍ନଟ କରାଯାଇଛି। ଯାତ୍ରାରେ ଯେପରି କୌଣସି ବିଶୃଙ୍ଖଳା ନଘଟେ ସେଥି ପାଇଁ କମିସନରେଟ ପୋଲିସ କୁ ଦାଇତ୍ୱ ଦିଆଯାଇଛି। ସେହି ଭଳି ମେଳାରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଅଗ୍ନି ଶମ ବିଭାଗ କୁ ଦାଇତ୍ୱ ଦିଆଯାଇଛି। ଦୀର୍ଘ ଆଠ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରାରେ ସାଂସ୍କତିକ କାର୍ଯ୍ୟ କ୍ରମ ପରିବେଷଣ ପାଇଁ ଆଜିର ବୈଠକ ରେ ଗୁରୁତ୍ବ ଦିଆଯାଇଛି।

ଆଦିବାସୀ ନୃତ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଓଡିଶାର ପାରମ୍ପାରିକ ଯଥା ଘୋଡ଼ା ନାଚ,ବାଘ ନାଚ ଇତ୍ୟାଦି ପରିବେଷଣ କରାଯିବ।ଏହା ବ୍ୟତୀତ ପ୍ରସିଦ୍ଧ ଆନ୍ତର୍ଜାତିକ ନୃତ୍ୟ ଏବଂ ସଙ୍ଗୀତ ଶିଳ୍ପୀ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିବେ। ସାଂସ୍କୃତିକ କାର୍ଯ୍ୟ କ୍ରମକୁ ଅଧିକ ଆକର୍ଷଣ କରିବା ପାଇଁ ବୈଠକ ରେ ଗୁରୁତ୍ବ ଦିଆଯାଇଛି।ସି ଡି ଏ ର ଉପାଧ୍ୟକ୍ଷ ଶ୍ରୀ ଅନୀଲ ସାମଲ,ଏବଂ ଜିଲ୍ଲା ପାଳ ଭବାନୀ ଶଙ୍କର ଚଇନି ବାଲିଯାତ୍ରା ସଂପର୍କରେ ସୂଚନା ଦେଇ କହିଲେ କଟକର ବାଲିଯାତ୍ରା ଏକ ଐତିହାସିକ ଉତ୍ସବ ଏହା ଏକ ଜାତୀୟ ସ୍ତରର ମେଳା ଭାବରେ ପରିଚିତ ହୋଇଛି। ଚଳିତ ବର୍ଷ ପ୍ରବଳ ଜନ ଗହଳି ସମ୍ଭାବନା ଦୃଷ୍ଟିରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଓର୍ମାସ ପାଇଁ ସ୍ବତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯିବ । ସେହି ଭଳି ଖାଦ୍ୟ ଷ୍ଟଲ ଉପରେ ଆଲୋଚନା କରାଯାଇଥିଲା। ପରିମଳ ବ୍ୟବସ୍ଥା ଲାଗି ସି ଏମ ସି କୁ ଦାଇତ୍ୱ ଦିଆଯାଇଛି। ଆଜିର ବୈଠକ ରେ ସି ଏମ ସି କମିଶନର ନିଖିଲ ପୱନ କଲ୍ୟାଣ,ଡିସିପି ପିନାକ ମିଶ୍ର ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅମ୍ବୁଜ କର ଏବଂ ସରକାରଙ୍କର ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଯୋଗ ଦେଇ ଆସନ୍ତା ବାଲିଯାତ୍ରା ଉତ୍ସବ ପାଇଁ ଆଲୋଚନା କରିଥିଲେ। ଜିଲ୍ଲା ପ୍ରକଳ୍ପ ଅଧିକାରୀ ଆମ୍ବୁଜ୍ କୁମାର କର ଙ୍କ ର ଅଧ୍ୟକ୍ଷତାରେ ଜମି ଆବଣ୍ଟନ କମିଟି ଗଠନ କରାଯାଇଛି।

Leave a Reply

Your email address will not be published.