କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ଯୋଜନା ପରିଦର୍ଶନ କଲେ ମେୟର ସୁବାସ ସିଂହ ଓ କମିଶନର

କଟକ,(ନାଗରାଜ ନ୍ୟୁଜ): କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ଯୋଜନା ପରିଦର୍ଶନ କଲେ ମେୟର ସୁବାସ ସିଂହ ଓ କମିଶନର . କଟକ ଅଧିଷ୍ଠାତ୍ରୀ ଦେବୀ “ମା କଟକ ଚଣ୍ଡୀ” ରାଜ୍ୟର ଲକ୍ଷ ଲକ୍ଷ ଭକ୍ତ ଙ୍କର ଆସ୍ଥା ଓ ବିଶ୍ୱାସ ର ପୀଠ ଭାବେ ହଜାରେ ବର୍ଷର କଟକ ସହର ର ଗର୍ବ ଓ ଗୌରବ କୁ ମଣ୍ଡିତ କରିଆସୁଅଛି I ମା ଙ୍କ ମନ୍ଦିର କୁ ନବୀକରଣ , ଯାତ୍ରୀ ନିବାସ , ରାସ୍ତା ପ୍ରଶସ୍ତିକରଣ , ମାର୍କେଟ କଂପ୍ଲେକ୍ସ , ପ୍ରଶାସନିକ ଅଫିସ , ପାର୍କିଙ୍ଗ ପ୍ଲେସ, ଏବଂ ସୌନ୍ଦରଜି କରଣ କରାଯାଇ ରାଜ୍ୟ ବାସି ଓ କଟକ ବାସି ଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ I ୭୦ କୋଟି ଟଙ୍କା ବିନିମୟରେ ଏହି ନବୀକରଣ କାର୍ଯ୍ୟକୁ ଗୋଟିଏ ବର୍ଷରେ ଶେଷ କରିବାକୁ କଟକ ବାସୀଙ୍କୁ ସହଯୋଗର କାମନା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ I

ଆଜି ଅପରାହ୍ନରେ କଟକ ମେୟର ସୁବାସ ସିଂହ ଓ କମିଶନର ନିଖିଳ ପବନ କଲ୍ୟାଣ ଏହି କାର୍ଯ୍ୟର ପରିଦର୍ଶନ କରିବା ସଂଗେ ସଂଗେ ସମସ୍ତ ଅଧିକାରୀ ଙ୍କ ଉପସ୍ତିତିରେ କାର୍ଯ୍ୟ କିପରି ତ୍ୱରାନ୍ୱିତ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ I ଓ ବି ସି ସି ଏହି କାର୍ଯ୍ୟ କିପରି ତ୍ୱରିତ କରିପାରିବ ଓ ତାର କାର୍ଯ୍ୟ ଧାରା ରେ କି କି ସମସ୍ୟା ଅଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା I ପୁରୁଣା ଘର ଗୁଡିକୁ ଭଙ୍ଗାଯାଇ ନୂତନ ନିର୍ମାଣ କରିବାକୁ ଟେଂଡର ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟମ୍ବର ୭ ତାରିଖ ଦିନ ଖୋଲାଯିବ ପାଇଁ ଦିନ ଧାର୍ଯ୍ୟ ହୋଇଛି I ସେପ୍ଟମ୍ବର ସୁଧା ସମସ୍ତ ପ୍ରକ୍ରିୟା ଶେଷ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ଆଜି ଆଲୋଚନା ହୋଇଥିଲା I ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ , ପୂର୍ତ ବିଭାଗ ଟେଣ୍ଡର ପ୍ରକ୍ରିୟା ଶେଷ ସ୍ତରରେ ପହଂଚି ଅଛି I ପୂର୍ତ ବିଭାଗ ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରିବ I

ଆଜିର ପରିଦର୍ଶନ ସମୟରେ ଡେପୁଟି କମିଶନର ଅଜୟ କୁମାର ମହାନ୍ତି , ଓ ବି ସି ସି ଅଧିକାରୀ ସୋରେନ କୁମାର ସାହୁ , ପୂର୍ତ ବିଭାଗର ଦେବେନ୍ଦ୍ର କୁମାର ବେହେରା , ଚଣ୍ଡୀ ମନ୍ଦିର ର ପୂଜକ ଆଡ଼ଭୋକେଟ ମନୋଜ କୁମାର ପଣ୍ଡା , କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁତି କୁମାର ଶତପଥି , ଶେଖ ବଜ଼ାର ପୂଜା କମିଟି ସଭାପତି ରାଜକିଶୋର ନାୟକ , ସମ୍ପାଦକ କିଶୋର ବେହେରା , କର୍ପୋରେଟର ମୋନାଲିସା ଦାସ , ବିକାଶ ବେହେରା , ବସନ୍ତ ବେହେରା ,ପରେସ ଦାସ , ଲାଲ ପ୍ରତାପ ରାୟ , ପ୍ରମୋଦ ସାହୁ , କୁମାର ରାୟ , ରାଜୀବ ମହାନ୍ତି ଦେବେନ୍ଦ୍ର ପାଣିଗ୍ରାହୀ , କାଳିଚରଣ ପାଣିଗ୍ରାହୀ , ଜନ ଆଶିଷ ବରାଳ ଓ ଜଗନ୍ନାଥ ସ୍ୱାଇଁ .

Leave a Reply

Your email address will not be published.