ବନ୍ୟା ବିପନ୍ନଙ୍କୁ ରିଲିଫ

ବାଙ୍କୀ,(ନାଗରାଜ ନ୍ୟୁଜ): ବନ୍ୟା ଟଳିବା ପରେ ବିପନ୍ନଙ୍କ ପାଖରେ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ଓ ରାଜନୈତିକ ଦଳ ପକ୍ଷରୁ ଚାଲିଛି ରିଲିଫ ବଣ୍ଟନ । ଶୁଖିଲା ଖାଦ୍ୟ ହିସାବରେ କିଏ ଚୁଡ଼ା ବିସ୍କୁଟ ତ ଆଉ କିଏ ନିତ୍ୟ ବ୍ୟବହୃତ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଯାହାକି ଏବେ ବାରଙ୍ଗ ବିଜେଡି ସେବାଦଳ ପକ୍ଷରୁ କରବର ଗ୍ରାମରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ବାଣ୍ଟ। ଯାଇଛି ରିଲିଫ ସେପଟେ ବାଙ୍କୀ ବିକାଶ ମଞ୍ଚ ପକ୍ଷରୁ ମଧ୍ଯ ବିଲିପଡା, ଜୋରକୁଳ, ଧରସ ଆଦି ଅଞ୍ଚଳରେ ରିଲିଫ ବଣ୍ଟାଯାଇଛି । ଲୋକେ ଶାନ୍ତି ଶୃଙ୍ଖଳାର ସହିତ ନେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.