ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ଜୈନେକା ନାବାଳିକା କଲେଜ ଛାତ୍ରୀ ଙ୍କୁ ଗଣଦୁଷ୍କର୍ମକରି ୬ଜଣ ଅଭିଯୁକ୍ତ ଗିରଫ ହେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଖବର ନେବାରୁ ଜଣାଯାଇଛି ଯେ,ଗତ୧୮ ତାରିଖ ସନ୍ଧ୍ୟାରେ ସଂପୃକ୍ତ ଛାତ୍ରୀ ଙ୍କ ପ୍ରେମିକ ନିକଟସ୍ଥ ଚାମିନ୍ ଦୋକାନ କୁ ଚାମିନ୍ ଖାଇବାକୁ ଡାକିଥିଲେ। ସେଠାରେ ଉଭୟ ପ୍ରେମିକ,ପ୍ରେମିକା ଚାମିନ୍ ଖାଇବାପରେ ନିକଟସ୍ଥ କାରଖାନା ପଛପଟେ ଥିବା ପରିତ୍ୟକ୍ତ କୋଠରୀକୁଯାଇ ସେଠାରେ ଅସଞ୍ଜସ୍ତ ଅବସ୍ଥା ରେ ଥିବା ବେଳେ ପ୍ରେମିକ ଗ୍ରାମର ମୁକେଶସୋରିନ, ଶୁଶାନ୍ତ ଟପ୍ପୋ,ଅନୁପ କୁଲୁ, ଦିଲିପ୍ କୁଲୁ ଏବଂ ଆଉଦୁଇଜଣନାବାଳକ ସେଠାରେ ପହଞ୍ଚି ପ୍ରେମିକୁ ଧମକ ଚମକ ଦେଇ ଜଣକପରେଜଣେ ଛାତ୍ରୀ ଙ୍କୁ ଗଣଦୁଷ୍କର୍ମକରି ଥିଲେ ।
ପରେ ଅଭିଯୁକ୍ତ ମାନେ ଉଭୟଙ୍କୁ ନେଇ ଗୋଟିଏ ଦିନ ଲୁଚାଇ ରଖି ପରଦିନ ଛାଡି ଥିଲେ । ଘରକୁ ଫେରି ଛାତ୍ରୀ ଜଣକ ନିଜ ପରିବାର କୁ ଏସମ୍ପର୍କରେ ଜଣାଇବାରୁ ୨୦ତାରିଖ ଦିନ ପରିବାର ଲୋକେ କୁତ୍ରା ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ କୁ ଆଧାର କରି କୁତ୍ରା ଥାନା ଅଧିକାରୀ ଶୁଶାନ୍ତ କୁମାର ପରିଡ଼ା ସଂପୃକ୍ତ ଛାତ୍ରୀ ଙ୍କ ଡାକ୍ତରିମାଇନାକରାଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରି ଛଅଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ପରେ ସମସ୍ତ ଅଭିଯୁକ୍ତଙ୍କୁ ଡାକ୍ତରିମାଇନାକରାଇ ୪ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ, ବାକି ଦୁଇଜଣ ନାବାଳକ ଥିବାରୁ ସେମାନଙ୍କୁ ରାଉରକେଲା ବାଳସୁଧାର ଗୃହ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ