ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ହସିବା ମହଙ୍ଗା ପଡ଼ିଲା । ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ସାମ୍ନାରେ ହସି ଦେବାରୁ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ । ଅବଶ୍ୟ ହସ ଭିତରେ ଲୁଚି ରହିଥିଲା ସରକାରୀ ଦୁର୍ନୀତିର ଇଙ୍ଗିତ । ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କନିଷ୍ଠ ଯନ୍ତ୍ରୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । କାରଣ ଦର୍ଶାଅ ନୋଟିସ ପ୍ରତିବାଦରେ କହିଛନ୍ତି, ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ଖବରପାଇ । ପରିଦର୍ଶନରେ ନିଜେ ଜେଇ ଯାଇଥିଲେ । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି ମିହିର । ଏହି କାରଣରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ନୋଟିସ୍ ଲୁଚାଇ ଦିଆଯାଇଥିବା କହିଛନ୍ତି ମିହିର ପଣ୍ଡା । ଅନ୍ୟପଟେ ପିଡି ରବୀନ୍ଦ୍ର ସାହୁ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ମିହିରଙ୍କୁ ନୋଟିସ୍ କରାଯାଇଛି । ମିହିର ପଣ୍ଡାଙ୍କ କଥାରେ ବି କିଛିଟା ତାଳ ମେଳ ରହୁନି ଯଦି ସେ ପରିଦର୍ଶନ କରିଥିଲେ ତାହେଲେ କହୁଥିବା ସଂଖ୍ୟା ଟା ୪୦ ନା ୫୦ ତାହା ଠିକ ଭାବରେ କୁହନ୍ତୁ l ବ୍ଲକର ଏକ ଜରୁରୀ ସମୀକ୍ଷା ବୈଠକରେ ପିଡି ଜେଇ ଙ୍କୁ କାହିଁକି ହସିଲେ ଓ ଅଧିକ ମଦ୍ୟପାନ କରି ଆସିଥିବାରୁ ଜେଇ ମିହିର ପଣ୍ଡାକୁ କାରଣ ଦର୍ଶାଅ ନୋଟିସ ଲଗାଇଥିବା ପିଡି କହିଛନ୍ତି ଯାହା ଖବର ସଂଗ୍ରହରୁ ଜଣାପଡିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.