ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ଜନଜାଗରଣ ମଞ୍ଚର ମାସିକ ବୈଠକ ଖଇରା କେନାଲ ଅଫିସ ସାମ୍ନା ମଞ୍ଚ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ବୈଠକ ପରିଚାଳନା କରିଥିଲେ ସଭାପତି ଉମେଶ ଚନ୍ଦ୍ର ନାୟକ । ଏଥିରେ ମୋଟ ୧୫୦ ରୁ ଉର୍ଦ୍ଧ୍ବ ସଦସ୍ୟ/ସଦସ୍ୟା ଅଛନ୍ତି । ସେଥିମଧ୍ୟରୁ ଚିନ୍ତାମଣି ସାହାଣୀ, ରାମକୃଷ୍ଣ ଦାସମହାପାତ୍ର, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ଅଭିରାମ ମହାପାତ୍ର ଓ ବୁଦ୍ଧିରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପଣ୍ଡିତ ଶ୍ରୀ ପତ୍ରୀଙ୍କ ଧାର୍ମିକ ତତ୍ତ୍ୱ ଆଲୋଚନା ପରେ ବୈଠକର ଉଦ୍ଦେଶ୍ୟ ବିଷୟରେ ଆଲୋଚନା ହୋଇଥିଲା । ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ସମ୍ପାଦକ ଶ୍ରୀ ବେହେରା । ମଞ୍ଚର କର୍ମକର୍ତ୍ତା ମାନେ ସର୍ବଦା ସମାଜସେବା କାର୍ଯ୍ୟ କରିଥାନ୍ତି । ଗତ ତା ୦୪/୭/୨୨ ରିଖ ଖଇରା ଠାରେ ମିଳିତ ଜନଶୁଣାଣୀ ଶିବିରରେ ଖଇରା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା ମଞ୍ଚ । ସେଥିମଧ୍ୟରୁ ଖଇରା ଠାରେ ଶୀଘ୍ର ନୂତନ କୋର୍ଟର ଶୁଭାରମ୍ଭ କାର୍ଯ୍ୟ ଏବଂ ଯାତ୍ରୀ ବିଶ୍ରାମଗାର ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ବିଳମ୍ବ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ନିମନ୍ତେ ଆଲୋଚନା ହୋଇଯାଇଛି । ସମ୍ପାଦକଙ୍କ ଆହ୍ୱାନକ୍ରମେ ମଞ୍ଚର ଜଣେ ସଦସ୍ୟ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଉପସ୍ଥିତ ରହି ବୈଠକରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଭିରାମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.