ଶୁଖିଲା ଖାଦ୍ୟ ବଣ୍ଟନ କଲେ ବିଜେପି ନେତା

ବାଲେଶ୍ଵର,(ଗରାଜ ନ୍ୟୁଜ): ସାମ୍ପ୍ରତିକ ଲଗାଣ ବର୍ଷା ହେବା ଦ୍ବାରା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି ହେଖା ଦେଇଥିଲା । ବହୁ ଗ୍ରାମ ମଧ୍ୟ ପାଣିଘେରରେ ରହିଥିଲା । ଲୋକମାନେ ଘରୁ ବାହାରି ନପାରି ଭୋକ ଉପାସରେ ରହିଥିଲେ । ଲୋକମାନଙ୍କର ଏଭଳି ପରିସ୍ଥିତି ସମୟରେ ଭୋଗରାଇର ବିଜେପି ନେତା ଅଂଶୁମାନ ମହାନ୍ତି କୁସୁଡା ପଞ୍ଚାୟତକୁ ଯାଇ ବନ୍ୟା ପାଣି ଘେର ଭିତରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଏବଂ ଏଥିସହିତ ମୃତ ଶୁସାନ୍ତ ମହୁରୀଙ୍କ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ବନା ଦେବା ସହିତ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲେ । ଶ୍ରୀ ମହାନ୍ତିଙ୍କର ଏଭଳି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଥିବା ଖବର ସଂଗ୍ରହରୁ ଜଣାପଡିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.