ବାଙ୍କୀ,(ନାଗରାଜ ନ୍ୟୁଜ): ବନ୍ୟାପାଣି ଶରୀରରେ ଲାଗିବା ଯୋଗୁଁ ବାଙ୍କୀ ବିଲିପଡା ଗ୍ରାମରେ ଅନେକ ଲୋକ ଚର୍ମ ରୋଗରେ ଆକ୍ରାନ୍ତ । ଗୋଡ଼ ହାତ କୁଣ୍ଡାଇ ହେବା ସହ ଗୋଡ଼ ପାଣି ଲାଗି ଚର୍ମଫଳିଯାଉଥିବା ରୋଗ ଏବେ ବ୍ୟାପିବା ସହିତ କିଛି ଲୋକ ଝାଡ଼ାରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ବନ୍ୟା ପାଣି ଘେରରେ ଥିବା ଶୁଖୁଆଖଳା ଗ୍ରାମରେ ଅନେକ ଲୋକ ଜ୍ୱରରେ ପୀଡିତ । ଏହି ରୋଗ କମିବାକୁ କିଛି ଦିନ ଲାଗିବ । ପାଣିବିଷାକ୍ତ ଯୋଗୁଁ ଏସବୁ ରୋଗ ଦେଖାଦେଇଛି ଡ଼ାକ୍ତରୀ ଟିମ ପହଞ୍ଚିଯୋଗଦେଇଛନ୍ତି ଚିକିତ୍ସା ।