ମହାନଦୀକୁ ଡେଇଁଲେ ଯୁବକ

କଟକ,(ନାଗରାଜ ନ୍ୟୁଜ): ମୁଣ୍ଡଳୀ ଠାରେ ମହାନଦୀ ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ । ବ୍ୟାରେଜ ଉପରେ ସ୍କୁଟି (OD 33 R 9270) ରଖି ପାଣିକୁ ଡେଇଁ ଯୁବକ ନିଖୋଜ, ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବୋଟରେ ଖୋଜାଖୋଜି ଆରମ୍ଭ କରୁଛନ୍ତି। ପାଣି କୁ ଡେଇଁବା କାରଣ ଜଣାପଡିନଥିବା ବେଳେ ଯୁବକଙ୍କ ଜଣକ ଭୂବନେଶ୍ବର ଶୈଳଶ୍ରି ବିହାର ଅଞ୍ଚଳର ବିଶ୍ବଦେବ ଦାସ । ସେ କ୍ୟାଣ୍ଟିନ ବୟ ଭାବରେ କାର୍ଯ୍ୟ କରନ୍ତି । ତାଙ୍କର ନିଜ ଘର ଖୋର୍ଦ୍ଧା ଅଞ୍ଚଳରେ। ଆଠଗଡ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published.