ଦୁର୍ନିତି ବିରୁଦ୍ଧରେ ସ୍ୱର ଉତ୍ତୋଳନ

ପୁରୀ,(ନାଗରାଜ ନ୍ୟୁଜ): ଗତକାଲି ସୂଚନା ଅଧିକାର କର୍ମୀ ସନ୍ତୋଷ ମହାନ୍ତିଙ୍କ ଉପରେ ଦୁର୍ନିତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବାରୁ ଜେଉଭଳି ଅମାନୁଷିକ ଭାବେ ଆକ୍ରମଣ କରାଗଲା ତାର ପ୍ରତିବାଦ ରେ ଆଜି ସୁଚନା ଅଧିକାର କର୍ମୀ ମାନେ ଏକତ୍ରିତ ହୋଇ ତାଙ୍କ ପତ୍ନୀ ଙ୍କ ଶହ ମିଶି ଦିନ ୧୧.୩୦ ମିନିଟ୍ ସମୟରେ ସଦର ଥାନା ରେ ଅଭିଯୋଗ କରିଥିଲେ ଆମର ଆଶା ଓ ଭରସା ଆପଣ ମାନେ ଏ ଲଢେଇରେ ଆମ ମାନଙ୍କ ଶହ ସହୋଜୋଗ ର ହାତ ମିଶାଇବେ । ଅଜି ସୁଚନା ଅଧିକାର ଆଇନ ର ରାଜ୍ଯ ଆବାହକ ପ୍ରଦୀପ ପ୍ରଧାନ ମଧ୍ୟ ଆମ ସହ ଯୋଗଦେଇ ସନ୍ତୋଷ ପ୍ରଧାନ ର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ଶହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିବାକୁ ଯାଇଥିଲେ ଓ ତାଙ୍କର ଅନୁପସ୍ଥିତି ଯୋଗୁ ଉପ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଥିଲେ ଓ ଘଟଣା ବିଷୟରେ ବିସ୍ତୃତ ଆଲୋଚନା କରିବା ଶହ ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ସରପଞ୍ଚ (ଛଇତନା ଗ୍ରାମ ପଞ୍ଚାୟତ)ଓ ତାର ସହଯୋଗୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାୁଷ୍ଠାନ ପାଇଁ ଦାବି କରିଥିଲେ । ଏ ପରିପେଖିରେ ସେଠାରେ ସୁଚନା ଅଧିକାର କର୍ମୀ ପବିତ୍ର ଦଳାଇ, ଅବିନାଶ ମିଶ୍ର, ବଟ ପ୍ରଧାନ, ପ୍ରସନ୍ନ ସାହୁ, ବାବିନ ଜେନା, ଅନିଲ ସ୍ୱାଇଁ, ବିରଞ୍ଚି ସ୍ବାଇଁ, ହାପି ବେହେରା ପ୍ରମୁଖ ସୁଚନା ଅଧିକାର କର୍ମୀ ମାନେ ଉପସ୍ଥତ ଥିଲେ ଓ ସମସ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ଓ ତିନିଦିନ ମଧ୍ୟରେ ଦାବି ପୂରଣ ନହେଲେ ଥାନ ସମ୍ମୁଖ ରେ ଧାରଣା ଦେବେବୋଲି ମତବ୍ୟକ୍ତ କରିଥିଲେ.

Leave a Reply

Your email address will not be published.