ଶ୍ରୀଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳିତ, ଚେତନାର ଅଗ୍ରଗତି ହିଁ ମାନବ ସମାଜର ଲକ୍ଷ୍ୟ ହେବା ଆବଶ୍ୟକ

ପୁରୀ,(ନାଗରାଜ ନ୍ୟୁଜ): ସ୍ଥାନୀୟ, ବୁଦ୍ଧମନ୍ଦିର ପରିସରରେ,ବୋଧିଚକ୍ର, ଦି-ବେଲ୍, ଶିଶୁ ସମାଚର ଏବଂ ପୁଜ୍ୟପୁଜା ସମ୍ଵନ୍ଵୟ ସମିତି ମିଲିତ ଆନୁକୁଲ୍ୟରେ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ବର୍ଷ ପାଲିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପୁରୀ ର ସମ୍ପାଦକ ଓ ରୋଜ୍ୟୋତି ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀଯୂକ୍ତ ବିପିନାନନ୍ଦ ମିଶ୍ର ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶ୍ରୀ ଅରିବିନ୍ଦଙ୍କ ଆଦର୍ଶ ବର୍ତମାନ ଭାରତୀୟ ସମାଜ ପାଇଁ ଏକ ଆବଶ୍ୟକତା ଓ ଚେତନାର ଅଗ୍ର ଗତି ରେ ମାନବ ସମାଜ ଉନ୍ନତି ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଭାରତୀୟ ସମାଜ ସଂସ୍କାରରେ ଶ୍ରୀ ଅରବିନନ୍ଦଙ୍କ ଭୂମିକା ଶୀର୍ଷକ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସତ୍ୟବାଦୀ ର ସୁଶ୍ରୀ ସିମରନ ମହାପାତ୍ର ପ୍ରଥମ, ସରସ୍ଵତୀ ଶିଶୁ ମନ୍ଦିର ଘୋଡ଼ା ବଜାର ସ୍ୱୋମ୍ୟଶ୍ରୀ ବେହେରା ଦୂତୀଆ ସ୍ଥାନ,ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରୀ ଆସ୍ଥା ରଥ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୂଜ୍ୟ ପୂଜା ସମୋନୟ ସମିତି ର ସଭାପତି ଚକ୍ର ଧର ମହାପାତ୍ର ଙ୍କ ସଭା ପତିତ୍ୱେ ରେ ଆୟୋଜିତ ଏହି ସଭାରେ ଅନ୍ୟତମ ବକ୍ତା ଭାବେ ଜ୍ୟୋତିର୍ବିଦ ଅନାମ ସାହୁ,ଦି ବେଲ୍ ର ଆବାହକ ଶ୍ରୀ ସିଦ୍ଧାର୍ଥ ରାୟ ଯୋଗ ଦେଇ ଯୁବସମାଜ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ରେ ଅନୁପ୍ରଣୀତ ହେବା ଆବଶ୍ୟକ ବୋଲି ମତ ଦେଇ ଥିଲେ। ବୋଧି ଚକ୍ରବସଭାପତି ଗିରିଜା ଶଙ୍କର ପାଢୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ।ଶ୍ରୀ ସୁକାନ୍ତ ପଣ୍ଡା,ସତ୍ୟନାରାୟଣ ସାହୁ, ବିଭୂତି ସାହୁ, ଓମ୍ ପ୍ରକାଶ ମହାନ୍ତି,ଗୋପାଳ ନାୟକ,ସୁନୀଲ ସ୍ୱାଇଁ,ଗୁରୁଦେବ ବସନ୍ତ ରାୟ, ଜ୍ୟୋତିରଞ୍ଜନ ମହାନ୍ତି,ପାର୍ବତୀ ରଭା,ବନିତା ଲେଙ୍କା ଇତ୍ୟାଦି ସହଯୋଗ କରିଥିଲେ।ଶେଷରେ ରମାବଲଭ ମହାପାତ୍ର ଧନ୍ୟବାଦ୍ ଦେଇ ଥିଲେ।

Leave a Reply

Your email address will not be published.