ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଷ ଚତୁର୍ଥୀ ରୂପେ ପାଳନ କରାଯାଏ । ଏହି ଦିନରେ ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଏ । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବ ମୁଖର । ସମସ୍ତଙ୍କ ମନରେ ଉତ୍ସାହ । ରାଜ୍ୟର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ । ସାରା ଦେଶରେ ବିଘ୍ନରାଜଙ୍କ ଆବାହନ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିିଭିନ୍ନ ସାହି ଗଳିରେ ପୂଜା ପାଇବେ ପ୍ରଭୁ ଗଣେଷ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଧୁମଧାମରେ ପାଳନ ହେଉଛି ଗଣେଷ ଚତୁର୍ଥୀ । ଏଥିସହ ଗଣେଶ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଘଣ୍ଟ, ବାଜା ବାଜଣା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗଣେଶ ପୂଜା ଧୁମଧାମରେ ପାଳନ ହେଉଛି । କେଉଁଠି ପ୍ରଭୁ ଗଣେଶଙ୍କ ବିଶାଳ ମୂର୍ତ୍ତି । ଆଉ କେଉଁଠି ବିରାଟ ପେଣ୍ଡାଲ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ ।

Leave a Reply

Your email address will not be published.