ବାରାହାକୁ ଗିଳିଲା ଅଜଗର

ବାଙ୍କୀ,(ନାଗରାଜ ନ୍ୟୁଜ): ବାରାହାକୁ ଗିଳିଲା ଅଜଗର । ଡମପଡ଼ା ଚନ୍ଦକା ଭଗିପୂର୍ ଫରେଷ୍ଟ ବିଟ ହାଉସ ନିକଟ ଜରିଆପାହାଡ ଉପରେ ଅଜଗର ସାପ ବାରାହକୁ ଗିଳିଥିବା ଡମପଡ଼ା ରେଞ୍ଜର ସୂଚନା ଦେଇଛନ୍ତି । ସନ୍ଦେହ ଘେରରେ ନିଖୋଜ ଫେରିବାଲା ବ୍ୟବସାୟୀ । ଘଟଣା ହେଉଛି ଜଣେ ଫେରିବାଲା ଗେଟ ଦେଇ ଗଲେ ବେପାର କରିବାକୁ ରସିଦ କାଟିବାକୁ ପଡିବ ବୋଲି ପାଖ ବାଟ ମୁଣ୍ଡଳିରୁ ଜରିଆ ଦେଇ ଡମପଡ଼ା ଚନ୍ଦକା ଜଙ୍ଗଲ ମଧ୍ୟରେ ଥିବା ଗ୍ରାମ ଗୁଡ଼ିକୁ ଯାଇ ଲୁଗା ବ୍ୟବସାୟ କରେ । ହେଲେ ବ୍ୟବସାୟ ସାରି ଫେରିବା ପରେ ତାଙ୍କର ପତା ନାହିଁ । ଜଙ୍ଗଲ ମଧ୍ୟରେ ପଡିଛି ଲୁଗା ଗଣ୍ଠିଲି ଆଉ ଗାଡ଼ି । ଲୁଗା ଗଣ୍ଠିଲି ଆଉ ଗାଡ଼ିକୁ କଇମୁଣ୍ଡି ପୋଲିସ ଉଦ୍ଧାର କରି ଫାଣ୍ଡିରେ ରଖିଛି । ଅଜଗର ସାପ ଘଟଣା ସ୍ଥଳୁରେ ଆଉ ନାହିଁ । ବ୍ୟବସାୟୀକୁ ଖୋଜା ଖୋଜି ଚାଲିଛି ବୋଲି ବାଙ୍କୀ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published.