ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହିତ ପାଳିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପବିତ୍ର ଶ୍ରୀଗଣେଶଙ୍କ ପୂଜା ବାଲେଶ୍ଵର ଜିଲ୍ଲା ତଥା ସମଗ୍ର ରାଜ୍ୟରେ ପାଳିତ ହୋଇଯାଇଛି । ଏଥିପାଇଁ ପୂର୍ବ ଦିନରୁ ପୂଜା ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲା । ସରକାରୀ, ବେସରକାରୀ ଓ ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକରେ ପୂଜା ଅନୁଷ୍ଠିତ ହୋଇଥିଲା । କେଉଁଠି କେଉଁଠି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଖୁବ୍ ଆନନ୍ଦ ସହକାରେ ଶାନ୍ତି ଶୃଙ୍ଖଳାର ସହିତ ଶ୍ରୀଗଣେଶଙ୍କ ପୂଜା କରିଥିବା ଖବର ସଂଗ୍ରହରୁ ଜଣାପଡିଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ସରକାରୀ ବିଦ୍ୟାଳୟ ସମେତ ବ୍ଲକର ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନ, ଘରୋଇ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇଥିଲା ଶ୍ରୀଗଣେଶଙ୍କ ପୂଜା, ସିମୁଳିଆ ବ୍ଲକ ଛତପୁର ସମେତ ବିଭିନ୍ନ ଗ୍ରାମରେ ଘରୋଇ ପୂଜା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରୁ ଯାଇ ସୁଦୂର ନବରଙ୍ଗପୁର ଜିଲ୍ଲାର ଶିକ୍ଷୟିତ୍ରୀ ବାସନ୍ତୀ ଲତା ଜେନା ନବରଙ୍ଗପୁର ସ୍ଥିତ ନିଜ ବାସଭବନରେ ମହାଆଡମ୍ବର ସହକାରେ ଶ୍ରୀଗଣେଶଙ୍କ ପୂଜା କରିଛନ୍ତି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ନଜରକୁ ଆସିନାହିଁ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.