ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଅଧ୍ଯକ୍ଷତାରେ ସ୍ବଚ୍ଛ ଭାରତ ଆନୁକୂଲ୍ୟରେ ପ୍ରାର୍ଥନା ସଭାରେ ସ୍ବଚ୍ଛତା ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ/ଶିକ୍ଷିକା କୈଳାସ ଚନ୍ଦ୍ର ମାଝୀ, ଜମୁନା ବାରିକ ଓ ଗୌରାଙ୍ଗ ଚରଣ ମୁଖୀ ପ୍ରମୁଖ ସହଯୋଗ କରିଥିଲେ ।
ସେହିପରି ଗତ ତା ୩୧/୮/୨୨ ରିଖରେ ଖଇରା ତହସିଲ ନିକଟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଗଣେଶ ପୂଜା ହୋଇଯାଇଛି । ପ୍ରଧାନ ଶିକ୍ଷକ ଡମ୍ବରୁଧର ବାରିକଙ୍କ ଦ୍ବାରା ଆୟୋଜିତ ପୂଜାରେ ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀ ମାନେ ପୂଜା କାର୍ଯ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ବାରିକଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ନିମନ୍ତ୍ରିତ ବ୍ଯକ୍ତିମାନେ ପୂଜା କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପ୍ରସାଦ ସେବନ କରି ମହାଆନନ୍ଦରେ ଫେରି ଥିବାର ସଂଗୃହିତ ଖବରରୁ ଜଣାପଡିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.