ଶୁଖିଲାଣି ବିଲ ଚିନ୍ତାରେ ଚାଷୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ଚଳିତ ବର୍ଷ ବିଳମ୍ବ ବର୍ଷା ଯୋଗୁ ଚାଷ କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା । ପରେ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ଜନିତ ଲଘୁଚାପ ବର୍ଷାରେ ଚାଷଜମି ସମେତ ବିଭିନ୍ନ ପ୍ରକାର କ୍ଷୟକ୍ଷତିକୁ ସାମ୍ନା କରିଥିଲେ ଚାଷୀଭାଇ । ବାଲେଶ୍ଵର ଜିଲ୍ଲାର କେତେକ ଅଞ୍ଚଳର ଲୋକମାନେ ବନ୍ୟା ଜନିତ କ୍ଷୟକ୍ଷତିକୁ ସାମ୍ନା କରୁଥିବା ବେଳେ ଜିଲ୍ଲାର ଖଇରା-ସିମୁଳିଆ ବ୍ଲକ ଅଞ୍ଚଳର କେତେକ ସ୍ଥାନର ଚାଷଜମି ଶୁଖିଲାଣି । ପାଣି ଅଭାବରୁ ଜମିରେ ଧାନ ରୋଇପାରୁ ନାହାନ୍ତି ଚାଷୀମାନେ । କେଉଁଠି କେଉଁଠି ପଡିଆ ପଡିଥିବାର ଦୃଷ୍ଟି ଗୋଚର ମଧ୍ୟ ହୋଇଛି । ଚାଷ ଜମିରେ ପାଣି ଅଭାବକୁ ନେଇ ଜନସାଧାରଣଙ୍କ ଆଲୋଚନା ଶୁଣି ନିଜର ସାମ୍ବାଦିକ କର୍ମକ୍ଷେତ୍ର ଭ୍ରମଣରେ ଯାଇଥିଲେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା । ଏହି ସମୟରେ ରାଣୀତାଲ-କୁପାରୀ ରାସ୍ତା ପାର୍ଶ୍ବବର୍ତ୍ତୀ କିଛି ଚାଷଜମିର ଦୃଶ୍ୟ ନଜରକୁ ଆସିଥିଲା । ବିଳମ୍ବ ଚାଷକୁ ନିଅଣ୍ଟିଆ ପାଣି ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି । ଚାଷ ଋଣ ଓ ହାତଉଧାରୀ ଅର୍ଥରେ ବହୁ ପରିଶ୍ରମ କରି ପରିବାର ପୋଷଣ ନିମନ୍ତେ ଦିନରାତି ବିଲରେ ପରିଶ୍ରମ କରୁଥିବା ଚାଷୀର ଚାଷ ପାଣିବିନା ନଷ୍ଟ ହୋଇ ଯିବାର ସମ୍ଭାବନା ଦେଖାଯାଇଛି । ଆଉ କିଛିଦିନ ଯଦି ବର୍ଷାର ଅଭାବ ଲାଗିରହେ, ନିଶ୍ଚିତ ଭାବରେ ଚାଷୀର ଚାଷ ନଷ୍ଟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏପରି ସ୍ଥଳେ ଚାଷୀର ଅବସ୍ଥା ଯେ କ’ଣ ହେବ କହିହେବ ନାହିଁ । ଏଥିପାଇଁ ଚାଷୀଙ୍କ ପରିବାର ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.