ଅପରିଚିତ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ନନ୍ଦନକାନନ,(ନାଗରାଜ ନ୍ୟୁଜ):: ଇନ୍ଫୋସିଟି ପୁଲିସ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ପଟିଆ ବିଗବଜ଼ାର ସାମ୍ନା ବଜରଙ୍ଗୀ ହୋଟେଲ ପଛପଟରୁ ଜଣେ ଅପରିଚିତ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି | ମୃତ ଯୁବକଙ୍କ ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ପୁଲିସ କହିଛି ଜ୍ଝ ସେ ଏକ କଳା ରଙ୍ଗର ସ୍ପୋର୍ଟ୍ସ ହାପ ପ୍ୟାଣ୍ଟ ପିନ୍ଧିଛି | ହୋଟେଲର ମାନସ ରଞ୍ଜନ ସାହୁଙ୍କ କହିବା ଅନୁସାରେ ସେ ଅପରାହ୍ନ ୪ଟା ସୁଦ୍ଧା ହୋଟେଲ ପଛପଟକୁ ଶୌଚ ହେବାକୁ ଯାଇଥିଲେ | ପଛପଟଟି ବହୁତ ଅରମା ହୋଇଅଛି | ପ୍ରବଳ ଦୁର୍ଗନ୍ଧ ହେବାରୁ କଣ ଦୁର୍ଗନ୍ଧ ହେଉଛି ବୋଲି ଖୋଜାଖୋଜି କଲା ବେଳକୁ ହୋଟେଲରୁ ପ୍ରାୟ ୧୦୦ ମିଟର ହେବ ଦୂରତାରେ ଜୟଦେବ ସ୍କୁଲ ନିକଟ ଦମ୍ପିୟାର୍ଡ଼ଠି ଥିବା ଏକ ପଥର ଦେବାଲ କଡରେ ମୃତଦେହଟି ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ | ପୁଲିସ ପହଞ୍ଚି ଦେଖିଲା ବେଳକୁ ମୃତକ ବେକରେ ଗାମୁଛା ବନ୍ଧା ହୋଇଛି ଓ ମୃତଦେହ ପଡ଼ିଥିବା ସ୍ଥାନରେ ଗୋଟେ ଗଛର ଡାଳରେ ଏକ ନାଲି ଗାମୁଛା ବନ୍ଧା ହୋଇଥିବା ବେଳେ ଅଧାରୁ ଛିଣ୍ଡି ଯାଇ ଓହଳିଛି | ମୃତକର ମୁଁହ ଗଳିତ ହୋଇ ବିକୃତ ହୋଇଯାଇଛି | ମୃତକ ଗୋଡ଼ରେ କି ଆଖପାଖରେ ଚପଲ ପଡ଼ିଥିବା ବି ମିଳିନାହିଁ ଜ୍ଝ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ନେଇ ଇନ୍ଫୋସିଟି ପୁଲିସ ସୂଚନା ଦେଇଛି |

Leave a Reply

Your email address will not be published.